Below header

ଗର୍ଭବତୀ ନାବାଳିକାକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି (କେ ନ୍ୟୁଜ): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଆର.ଉଦୟଗିରି ଥାନା ଅଞ୍ଚଳର ଏକ ଗ୍ରାମରେ ଗତକାଲି ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପହଞ୍ଚି ୧୬ବର୍ଷର ଜଣେ ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ମହକୁମା ପରାଳାଖେମୁଣ୍ଡିକୁ ଆଣିଛନ୍ତି ।

ଉକ୍ତ ନାବାଳିକା ଜଣକ ଆଠମାସର ଗର୍ଭବତୀ ହୋଇଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଶାସନିକ ସାହାଯ୍ୟ ଓ ନ୍ୟାୟ ପାଇଁ ପ୍ରୟାସ ଆରମ୍ଭ କରିଛି ଶିଶୁ କଲ୍ୟାଣ ସମିତି । ତେବେ ଗତ କିଛି ଦିନ ପୂର୍ବେ ନାବାଳିକା ଜଣକ ଗର୍ଭବତୀ

ହୋଇଥିବା ଆର.ଉଦୟଗିରି ପୋଲିସ ଠାରୁ ସୂଚନା ପାଇ ଶିଶୁ କଲ୍ୟାଣ ସମିତି ନାବାଳିକାର ଗ୍ରାମକୁ ଯାଇ ତାହାର ଅବିଭାବକମାନଙ୍କୁ ବୁଝାସୁଝା କରି ନାବାଳିକାକୁ ପାରଳାଖେମୁଣ୍ଡି ଅଣାଯାଇଥିବା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି ।

ସେପଟେ ନାବାଳିକା ଜଣକ ସପ୍ତମ ଶ୍ରେଣୀରୁ ପାଠପଢାକୁ ଡୋରି ବାନ୍ଦି ଦେଇଥିବା ସହ ଗତ ଦୁଇ ବର୍ଷ ହେବ ଗ୍ରାମରେ ରହୁଥିବା ଜଣାପଡିଛି । ନାବାଳିକାର ଏହି ପରିସ୍ଥିତି ପାଇଁ ଦାୟୀ ବ୍ୟକ୍ତିକୁ ଆର.ଉଦୟଗିରି ପୋଲିସ ପୋସ୍କ ମାମଲା ରୁଜୁ କରି ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.