ଭଲ ପାଇ ବାହା ହେଲା ଝିଅ, ରାଗ ଏତେ ଯେ ପୁଅ ଘରେ ପଶି ମରଣାନ୍ତକ ଆକ୍ରମଣ କଲେ ଝିଅଘର ଲୋକ

ଢ଼େଙ୍କାନାଳ (କେନ୍ୟୁଜ) : ମହଙ୍ଗା ପଡିଲା ପ୍ରେମ ବିବାହ । ପୁଅ ଘରେ ପଶି ମରଣାନ୍ତକ ଆକ୍ରମଣ କଲେ ଝିଅଘର ଲୋକ । ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ତରଭା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗତ ୧୭ ତାରିଖରେ ତରଭା ଗାଁର ଦେବେନ୍ଦ୍ର ସେଠୀ ଖଲାର ଗାଁର ଜଣେ ଯୁବତୀଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଝିଅ ଘର ଲୋକେ ଗତକାଲି ବିଳମ୍ବିତ ରାତିରେ ପୁଅ ଘର ଲୋକଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣରେ ପୁଅ ଝିଅଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତରଭା ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.