ଡ଼ିଭାଇଡରକୁ ଧକ୍କା ଦେଲା ଅଟୋ ରିକ୍ସା: ଶ୍ବଶୁର ମୃତ, ବୋହୂ ଗୁରୁତର

ଟାଙ୍ଗୀ(କେ ନ୍ୟୁଜ):  ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋରିକ୍ସାରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଡିମିସିର ଗାଁକୁ ଯାଉଥିଲେ। କୌଣସି କାରଣରୁ ଅଟୋରିକ୍ସାଟି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପର ଡିଭାଇଡର ସହ ଶକ୍ତ ଧକ୍କା ଦେଇ ଓଲଟି ପଡିଥିଲା।

ଅଟୋରେ ଥିବା ଯାତ୍ରୀ ରାମକୃଷ୍ଣ ବିଷୋଇ ନାମକ ଜଣେ ୭୦ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ଏବଂ ରାମକୃଷ୍ଣଙ୍କ ବୋହୁ ୪୫  ବର୍ଷୀୟା ମଞ୍ଜୂବାଳା ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଛନ୍ତି । ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇବା ସହ ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.