Below header

ଘରେ ପଶି ଡକାୟତ କରିବା ବେଳେ କୌଶଳ କ୍ରମେ ଧରାଇଦେଲେ ମହିଳା, ୧୮ ଜଣ ଗିରଫ

କେନ୍ଦ୍ରାପଡା(କେନ୍ୟୁଜ୍): ୧୮ ଜଣ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ । ସେମାନଙ୍କଠାରୁ କାର,୧୪୫ ଗ୍ରାମ ସୁନା, ୩ ଶହ ଗ୍ରାମ ରୁପା, ଦୁଇଟି ବନ୍ଧୁକ ଓ ହନୁମାନ ପଇସା ଜବତ ହୋଇଛି । ଦୁଇଟି ବନ୍ଧୁକ ଜବତ ହୋଇଛି । ମହାକାଳପଡା ମେରାଇନ ଥାନାର କାକଟପୁର ଗାଁ କାର୍ତ୍ତିକ ସ୍ୱାଇଁଙ୍କ ଘରେ ବିଳମ୍ବିତ ରାତିରେ ପଶି ଡକାୟତମାନେ ଆକ୍ରମଣ କରି ଥିଲେ ।

kendrapada

ଘରର ଜଣେ ମହିଳା କୌଶଳକ୍ରମେ ଖଟ ତଳେ ଲୁଚି ସମ୍ପର୍କୀୟଙ୍କୁ ଫୋନ କରିବାରୁ ଗାଁ ଲୋକେ ଦୁଇଜଣ ଡକାୟତଙ୍କୁ ଧରିଥିଲେ । ଏହି ଘଟଣାରେ ଡକାୟତ ଗ୍ୟାଙ୍ଗର ମୁଖ୍ୟ ଲିପୁ ସାହୁ ସମେତ ୧୮ ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନକୁ ଧରିବା ପାଇଁ ପୋଲିସକୁ ୧୦ ଦିନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ । ଦୁଇ ଡକାୟତଙ୍କୁ ଧରିଥିବାରୁ ଗାଁ ଲୋକ ଓ ମହିଳାଙ୍କୁ ଏସ୍‌ପି ପୁରସ୍କୃତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.