ମଇଁଷି ପଲକୁ ପିଟିଲା ବୋକାରୋ ଏକ୍ସପ୍ରେସ ଟ୍ରେନ, ୩୦ରୁ ଉର୍ଦ୍ଧ୍ବ ମଇଁଷି ମୃତ

ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲାର ପିତମହଲ ନିକଟରେ ଘଟିଛି ରେଳ ଦୁର୍ଘଟଣା। ଆଲିପେ – ଧାନବାଦ ବୋକାରୋ ଏକ୍ସପ୍ରେସ ଟ୍ରେନ ଧକ୍କାରେ ୩୦ରୁ ଉର୍ଦ୍ଧ ମଇଁଷି ମୃତ । ଖବରପାଇ ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ,ଆରପିଏଫ ପୋଲିସ ସହ ଓ ଗ୍ଯାଙ୍ଗ ମ୍ଯାନ ପହଞ୍ଚି ରେଳ ଧାରଣାରୁ ମୃତ ମଇଁଷି ମରଶରୀରକୁ ଉଦ୍ଧାର କରିଛନ୍ତି । ବିଜୟନଗରମ – ରାୟଗଡା ଡାଉନ ଟ୍ରାକର ପିତାମହଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ମଇଁଷିମାନେ କେଉଁ ଆଡକୁ ଯାଉଥିଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ସେମାନଙ୍କ ପ୍ରକୃତ ମାଲିକଙ୍କ ପତ୍ତା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.