କଟକ: ତ୍ରିଶୂଳିଆ ନିକଟରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

କଟକ(କେନ୍ୟୁଜ୍):  କଟକ ସହରର ଆଖପାଖ ଅଞ୍ଚଳରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ତ୍ରିଶୂଳିଆ ନିକଟରୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାଡ଼ ଅଢେଇ କୁଇଣ୍ଟାଲ ଗଞ୍ଜେଇ ସହ ଏକ ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ଦୁଇ ଜଣ, ପଶ୍ଚିମବଙ୍ଗର ଜଣେ ଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ହେବ । କନ୍ଧମାଳ ଜିଲ୍ଲାରୁ କୋଲକାତା ଚାଲାଣ ହେଉଥିଲା ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଗଞ୍ଜେଇ ସହ ଏକ ଦଶ ଚକିଆ ଟ୍ରକ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ଟାଙ୍ଗି ଟୋଲ ଗେଟ ନିକଟରୁ ଏକ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ ହୋଇଛି । ଟ୍ରକ ଚାଳକ ରାମଦେବ ସିଂ ଚୌଧୁରୀକୁ ଗିରଫ କରାଯାଇଛି । ପାରାଦ୍ୱୀପରୁ ରାଜସ୍ଥାନ ଅଭିମୁଖେ ଯାଉଥିଲା ଏହି ଲୁହା ପାଇପ ବୋଝେଇ ଟ୍ରକ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.