Below header

କଟକ: ଗ୍ରାହକ ହୋଇ ଆସିଲେ, ସୁନା ଦୋକାନରୁ ଲୁଟ କରି ଚାଲିଗଲେ

କଟକ(କେନ୍ୟୁଜ୍):  ଗ୍ରାହକ ହୋଇ ଆସି ସୁନା ଦୋକାନରେ ଲୁଟ କଲେ ଦୁଇ ଲୁଟେରା । ଏଭଳି ଘଟଣା ଘଟିଛି କଟକ ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରୀ ଦୋକାନରେ। ଦୋକାନରୁ ପ୍ରାୟ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଦୋକାନର ମାଲିକ ଲୁଟେରାଙ୍କ ପିଛା କରି  ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଧକ୍କା ମାରି ଫେରାର ହେବାରେ ସଫଳ ହୋଇଛନ୍ତି।

ମିଳିଥିବା  ସୂଚନା ମୁତାବକ ଜଗନ୍ନାଥ ଜୁଏଲାରୀକୁ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସିଥିଲେ। ଜଣେ ବାଇକ ବାହାରେ ରଖି ଛିଡା ହୋଇଥିଲା ଆର ଜଣକ ଦୋକାନ ଭିତରକୁ ପସିଥିଲା। କେହି ଚିହ୍ନି ନପାରିବା ପାଇଁ ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ। ଦୋକାନ ଭିତରକୁ ଆସିଥିବା ଲୁଟେରା ଜଣକ ଦୋକାନ ମାଲିକଙ୍କୁ ଅଳଙ୍କାର କିଣିବା ପାଇଁ ଅଳଙ୍କାର ଦେଖାଇବାକୁ କହିଥିଲା। ଅଧିକ ଅଳଙ୍କାର ଦେଖିବା ପରେ ଡକାୟତ ଜଣକ ଅନ୍ୟ ଅଳଙ୍କାର ଦେଖାଇବାକୁ କହି ମାଲିକଙ୍କୁ ଅନ୍ୟମନସ୍କ କରିବା ପରେ ୩ ଟି ସୁନା ଚେନକୁ ସେଠାରୁ ଲୁଟିନେଇଥିଲେ ଡକାୟତ । ଏହା ମାଲିକ ଜାଣିପାରିବା ପରେ ଉଭୟଙ୍କୁ ଧରିବା ପାଇଁ ପିଚ୍ଛା କରିଥିଲେ କିନ୍ତୁ ଡକାୟତ ଦୁଇଜଣ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଅଳଙ୍କାର  ବ୍ୟାଗରେ ପାଖାପାଖି ୧୫୦ ଗ୍ରାମ ଓଜନର ସୁନା ଅଳଙ୍କାର ଥିବାର ଅଭିଯୋଗ ହୋଇଛି। ଘଟଣା  ପରେ ଜୁଏଲାରୀ ମାଲିକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୋଲିସ ଛାନଭିନ କରିଥିବା  ସୂଚନା ମିଳିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.