Below header

 ଚାଲଛି ଦୁର୍ଘଟଣା ପଛର ଖୋଳତାଡ଼ : ୨୫ ବର୍ଷ ତଳର ପୁରୁଣା ଗାଡ଼ି, ଯାତ୍ରୀ ନେବା ଆଣିବା ପାଇଁ ଅନୁମତି ନଥିଲା

 ଦୁର୍ଘଟଣା ପଛର କାରଣନେଇ ଖୋଲତାଡ଼ ଚାଲଛି । ଏପଟେ ଦୁର୍ଘଟଣା ଗ୍ରସ୍ତ ମିନି ବସ ଡ୍ରାଇଭର୍‌ , ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମିନି ବସ୍‌ ଡ୍ରାଇଭରଙ୍କ କହିବା ଅନୁଯାୟୀ, ବସ୍‌ରେ ୨୭ ଯାତ୍ରୀ ଥିଲେ । ୨୭ ଯାତ୍ରୀ ସମସ୍ତେ ସିଟ୍‌ରେ ବସିଥିଲେ । ଗାଡ଼ି ବାମ ପଟେ ସ୍ଲୋରେ ଥିଲା ।

ଦୁର୍ଘଟଣା ପଛର କାରଣନେଇ ଖୋଳତାଡ଼ ଚାଲଛି । ଏପଟେ ଦୁର୍ଘଟଣା ଗ୍ରସ୍ତ ମିନି ବସ ଡ୍ରାଇଭର୍‌ , ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମିନି ବସ୍‌ ଡ୍ରାଇଭରଙ୍କ କହିବା ଅନୁଯାୟୀ, ବସ୍‌ରେ ୨୭ ଯାତ୍ରୀ ଥିଲେ । ୨୭ ଯାତ୍ରୀ ସମସ୍ତେ ସିଟ୍‌ରେ ବସିଥିଲେ । ଗାଡ଼ି ବାମ ପଟେ ସ୍ଲୋରେ ଥିଲା । ଅନ୍ୟପଟୁ ଓଏସ୍‌ଆରଟିସି ବସ ସାପ ଭଳି ଆସି ପିଟିଦେଇଥିଲା । ଫଳରେ ଗାଡ଼ିଟି ଓଲଟିପଡିଲା । ଏସବୁ ଭିତରେ ସ୍ଥାନୀୟ ଆରଟିଓ ଅଫିସରଙ୍କ ପ୍ରତିକ୍ରିୟା ଆସି ପହଞ୍ଚିଛି ।

ଦିଗପହଣ୍ଡିରେ ବସ ଦୁର୍ଘଟଣା । ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି । ଘରୋଇ ବସର ନଥିଲା ପରମିଟ୍‌ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା ଗାଇଡଲାଇନରେ ଗଡୁଥିଲା ବସ । ଯାତ୍ରୀ ନେବା ଆଣିବା କରିବା ପାଇଁ  ଅନୁମତି ନଥିଲା । ଯେଉଁ ରୁଟ୍‌ରେ ବସ ଯାଉଥିଲା, ତାହ ସମ୍ପୂର୍ଣ୍ଣ ବେଆଇନ । ପୁରୁଣା ଗାଡ଼ି ଯୋଗୁଁ ବସର ଏକ୍ସିଲ ଭାଙ୍ଗି ଯାଇଥିଲା । ବସ ମାଲିକଙ୍କ ଖାମ ଖିଆଲି ଯୋଗୁଁ ନିରୀହଙ୍କ ଜୀବନ ଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.