Below header

ସାଧାରଣତନ୍ତ୍ର ଦିବସ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ପରେଡ୍‌ ସ୍ଥଳରେ କରାଯିବ CCTV ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର(କେ ନ୍ୟୁଜ): ସାଧାରଣତନ୍ତ୍ର ଦିବସରେ ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ। ପରେଡ୍‌ ସ୍ଥଳର ଚାରିପଟ ଓ ଆଖପାଖ ଅଞ୍ଚଳ CCTV ନିୟନ୍ତ୍ରଣରେ ରହିବ। ପରେଡ୍‌ ସ୍ଥଳ ନିକଟରେ CCTV ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କମିଶନରେଟ ପୋଲିସ। ଆଜିଠୁ ଗାନ୍ଧୀମାର୍ଗରେ ଆରମ୍ଭ ହେବ ପରେଡ୍‌ ରିହରସଲ୍‌। ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ। ରିହରସଲ୍‌ ପାଇଁ ପରେଡ୍‌ରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ।

କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ। ପୂର୍ବରୁ ଲାଗୁ ହୋଇଥିବା ନିୟମ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀ କିମ୍ବା ଏନସିସି କ୍ୟାଡେଟ ମାନେ ପରେଡରେ ଭାଗ ନେଇପାରିବ ନାହିଁ । ଉତ୍ସବରେ କୌଣସି ସାଂସ୍କୃତିକ କାଯ୍ୟର୍କ୍ରମ ହେବ ନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.