‘ୟର୍କର କିଙ୍ଗ’ ନଟରାଜନଙ୍କୁ ଏମିତି ସ୍ବାଗତ କଲା ପୁରା ଗାଁ, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଟୁର ସାରି ଫେରିଛି ଟିମ୍ ଇଣ୍ଡିଆ । ସମସ୍ତ ଖେଳାଳି ନିଜ ଘରକୁଫେରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ନିଜ ନିଜ ସହର, ଗାଁରେ ବିପୁଳ ମାତ୍ରାରେ ସ୍ବାଗତ କରାଯାଇଛି। ସେହିପରି ତାମିଲନାଡୁ ସଲେମ ଗାଁରେ ପହଁଚିଛନ୍ତି କ୍ରିକେଟର ଟି ନଟରାଜନ । ନିଜ ଜନ୍ମମାଟିରେ ପହଁଚିବା ପୂର୍ବରୁ ଅପେକ୍ଷା କରି ରହିଥିଲା ପୂରା ଜିଲ୍ଲା । ତାଙ୍କୁ ପାଛୋଟି ନେବାପାଇଁ ହୋଇଥିଲା ବିରାଟ ଆୟୋଜନ । ପାଖାପାଖି ୫ ହଜାର ଲୋକ ନଟରାଜନଙ୍କୁ ସ୍ୱାଗତ କରିଥିଲେ । ଫୁଲ ତୋଡା ସହ ନଟରାଜନ ଧ୍ୱନିରେ କମ୍ପି ଉଠିଥିଲା ପରିବେଶ । ଏକ ଛୋଟ ଗାଁରୁ ବିଦେଶରେ କ୍ରିକେଟ ଖେଳିବାର ସୁଯୋଗ ମିଳିଥିଲା । ନଟରାଜନଙ୍କୁ ସ୍ବାଗତ କରିବା ପାଇଁ ଏକ ଘୋଡା ରଥକୁ ଫୁଲରେ ସଜାଯାଇ ଦୁଇ କିଲୋମିଟର ପର୍ଯ୍ଯନ୍ତ ଶୋଭାଯାତ୍ରା ଯାଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

 

View this post on Instagram

 

A post shared by Virender Sehwag (@virendersehwag)

ଅଷ୍ଟ୍ରେଲିଆ ସିରିଜିରେ ଓ୍ଵାନ ଡେ, ଟି ୨୦ ଓ ଟେଷ୍ଟରେ ଡେବ୍ୟୁ କରିଥିଲେ । ତିନିଟି ଫର୍ମାଟରେ ଡେବ୍ୟୁ କରିବାରେ ନଟରାଜନ ରେକର୍ଡ କରିଛନ୍ତି । ନିଜ ଗାଁରେ ପହଁଚିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି । ସେ ୭ ଦିନ ଯାଏ ହୋମ କ୍ୱାରେଣ୍ଟାଇନରେ ରହିବେ । ଟିମ୍ ଇଣ୍ଡିଆର ସ୍କ୍ଵାଡରେ ନଟରାଜନ ସ୍ଥାନ ପାଇବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏକ ଗରିବ ପରିବାରରୁ ଅର୍ନ୍ତଜାତୀୟ କ୍ରିକେଟ ଖେଳିବା ପର୍ଯ୍ୟନ୍ତ ସଂଘର୍ଷକୁ ନେଇ ସେ ବେଶ ଚର୍ଚ୍ଚାରେ ଥିଲେ । କିଛି ଦିନ ପୂର୍ବରୁ ନଟରାଜନ ବାପା ହେବାର ସୌଭାଗ୍ଯ ପାଇଥିଲେ। ତାଙ୍କ ପତ୍ନୀ ଜଣେ କନ୍ଯା ସନ୍ତାନକୁ ଜନ୍ମ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.