ଝାରଖଣ୍ଡରେ ହତ୍ୟା, ଓଡ଼ିଶାରେ ଶବ, ଧରା ପଡିଲେ ଦୁଇ ଅଭିଯୁକ୍ତ

କରଞ୍ଜିଆ(କେ ନ୍ୟୁଜ): ଗତ ୧୫ ତାରିଖରେ ପରିତ୍ୟକ୍ତ କୂଅରେ ପଡିରହିଥିଲା ଜୟପାଲଙ୍କ ମୃତ ଦେହ । ଓଡିଶା ଓ ଝାରଖଣ୍ଡ ବର୍ଡ଼ର ନିକଟରେ ଥିବା ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ଜାମନାଲିଆ ନିକଟରେ ଘଟିଥିଲା ଏହି ଘଟଣା । ସୀମା ଚିନ୍ନଟ ହେଇପାରୁ ନଥିବାରୁ ଦୁଇ ଦିନ କୂଅ ଭିତରେ ପଡି ରହିଥିଲା ମୃତ ଦେହ । ଝାରଖଣ୍ଡ ଓ ଓଡିଶା ପୋଲିସ ସହିତ ଦୁଇ ରାଜ୍ୟର ଅମିନ ସୀମା ଚିହ୍ନଟ କରିଥିଲେ । ତାପରେ ଜଣା ପଡିଥିଲା ଏହା ଓଡ଼ିଶାର ଜଶିପୁର ପୋଲିସର । ଜଶିପୁର ପୋଲିସ ଏହି ହତ୍ୟାର ଆଜି ପର୍ଦ୍ଦାଫାଶ କରିଛନ୍ତି ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଝାରଖଣ୍ଡ ରାଜ୍ୟରୁ ଜଶିପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପାରିବାରିକ କହଳରୁ ହତ୍ୟା କରାଯାଇଥିବା ନେଇ ତଦନ୍ତରୁ ଜଣାଯାଇଛି । ଅଭିଯୁକ୍ତ ଶରତର ବୟସ ୨୧  ବର୍ଷ ଓ ତା ଭାଇ ଭୋଳା ମୁର୍ମୁର ବୟସ ୨୦ ବର୍ଷ | ଘରୋଇ କନ୍ଦଳରୁ ଓଢଣୀରେ ତଣ୍ଟି ଚିପି ଦୁଇଭାଇ ତାଙ୍କ ବଡବାପା ଜୟପାଲକୁ ଝାରଖଣ୍ଡରେ ହତ୍ୟା କରି ଓଡିଶା ଆଣି କୂଅରେ ଫିଙ୍ଗି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.