Below header

କ୍ୟାସଭ୍ୟାନରୁ ୩୫ ଲକ୍ଷ ଟଙ୍କା ଲୁଟ ଘଟଣା, ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ

ନିଆଳି : ଇଣ୍ଡିଆନ ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ଟଙ୍କା ନିଆଯିବା ବେଳେ ଗାଡିରେ ଥିବା ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରୁଛି ବାଲିଅନ୍ତା ଥାନା ପୋଲିସ । ଗତକାଲି ଅପରାହ୍ନରେ ସହିଦନଗରରୁ ନିଆଳି ଶାଖାକୁ ଯାଉଥିବା ଇଣ୍ଡିଆନ ବ୍ୟାଙ୍କର ଏକ ଗାଡ଼ିରୁ ୫ରୁ ୬ଜଣ ଦୁର୍ବୃତ୍ତ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ଗାଡିରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.