Below header

ସିକ୍କିମ ଯାଇଥିବା ଢେଙ୍କାନାଳ ଜିଲ୍ଲାର ୫ ଜଣଙ୍କର ମିଳୁନି ଖୋଜ ଖବର, ଭାଙ୍ଗିପଡିଛନ୍ତି ପରିବାର ବର୍ଗ

ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ ୫ ଜଣ ସିକ୍କିମ ବୁଲୁବାକୁ ଯାଇଥିବାବେଳେ ମିଳୁନି ସେମାନଙ୍କ ଖୋଜ ଖବର । ପରିବାର ଲୋକେ ନିଜ ପିଲାମାନଙ୍କ ସହିତ କରିପାରୁ ନାହାନ୍ତି ଯୋଗାଯୋଗ । ଯାହାଫଳରେ ସମସ୍ତ ପରିବାରର ସଦସ୍ୟଙ୍କ ଆଖିରେ ଏବେ ଲୁହ ।

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ ୫ ଜଣ ସିକ୍କିମ ବୁଲୁବାକୁ ଯାଇଥିବାବେଳେ ମିଳୁନି ସେମାନଙ୍କ ଖୋଜ ଖବର । ପରିବାର ଲୋକେ ନିଜ ପିଲାମାନଙ୍କ ସହିତ କରିପାରୁ ନାହାନ୍ତି ଯୋଗାଯୋଗ । ଯାହାଫଳରେ ସମସ୍ତ ପରିବାରର ସଦସ୍ୟଙ୍କ ଆଖିରେ ଏବେ ଲୁହ । ନିଜ ନିଜର ପିଲାମାନଙ୍କର ଫୋନ କଲ କୁ ଚାତକ ପରି ଅପେକ୍ଷା କରି ରହିଛନ୍ତି । ପରିବାର ବନ୍ଧୁବାନ୍ଧବ ସମସ୍ତଙ୍କ ଆଖି ହଜିଯାଇଛି ନିଦ ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ଗ୍ରାମର ଚନ୍ଦ୍ରଶେଖର ସିକ୍କିମ ବୁଲିବାକୁ ଯାଇଥିବାବେଳେ ତାଙ୍କର କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଜିଲ୍ଲାପାଳକୁ ଗୁହାରୀ ଜଣାଇଛନ୍ତି । ସେହିପରି ଏପଟେ ଅଙ୍କରାନ୍ତିପୁର ଗ୍ରାମର ନିର୍ମଳ ନାଥ ଓ ପ୍ରମୋଦିନୀ ଜେନା, କାଣ୍ଡବିନ୍ଧା ଗ୍ରାମର ଜଣେ ଓ ଢେଙ୍କାନାଳ ସହରର ଜଣେ ମିଶି ପାଞ୍ଚଜଣ ସାଙ୍ଗ ଏବଂ କଟକ ଚୌଦ୍ଵାର ଅଞ୍ଚଳର ସ୍ୱାମୀ ସ୍ତ୍ରୀ ଓ ଭୁବନେଶ୍ଵରର ଜଣେ ସମସ୍ତେ ସାଥି ହୋଇ ଗୋଟିଏ ଗୁପରେ ଏକାଠି ହୋଇ ସିକ୍କିମ ବୁଲିବାକୁ ଯାଇଥିଲେ । ହେଲେ ସେମାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । କିଏ ପୁଅ ତ କିଏ ନିଜ ଝିଅର ନିଖୋଜ ସମ୍ପର୍କରେ ଜାଣିବା ପାଇଁ ଗୁହାରୀ କରିଛନ୍ତି ।

ଏପଟେ ପରିବାର ଲୋକେ ପିଲାମାନଙ୍କ ସହିତ ଗତ ୨ ତାରିଖ ରାତି ୯ଟା ସମୟରେ ଶେଷଥର କଥା ହୋଇଥିଲେ । ହେଲେ ରାତି ୧୧ ଟା ପରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଥିଲା । ନିଜ ପୁଅ ଝିଅ କିମ୍ବା ପୁଅର ସାଙ୍ଗମାନଙ୍କ ସହ ଯୋଗାଯୋଗ ହୋଇ ପାରୁନଥିବାରୁ ପରିବାର ଲୋକେ କୋହଭରା କଣ୍ଠରେ ଜିଲ୍ଲା ପ୍ରଶାସନ ଓ ଓଡିଶା ସରକାରକୁ ସହଯୋଗ ଲୋଡିଛନ୍ତି । ଏପଟେ ସମସ୍ତ ପରିବାର ଲୋକେ ପିଲାଙ୍କର ନିଖୋଜ ଖବର ପାଇବା ପରେ ଭାଙ୍ଗି ପଡ଼ିବା ସହ ଖାଇବା ପିଇବା ଛାଡି ଦେଇଛନ୍ତି । କେବଳ ସେମାନଙ୍କ ଆସିବା ବାଟକୁ ଅନେଇ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.