Below header

ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା, ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ବାହାନଗା ଟ୍ରେନ ଟ୍ରାଜେଡି ଘଟଣା l ଚିହ୍ନଟ ହୋଇ ନଥିବା ୨୮ ଡେଡ୍ ବଡି ହେବ ଡିସପୋଜ । ଅନ୍ତିମ ସଂସ୍କାର କରିବ ଭୁବନେଶ୍ଵର ମହାନଗର ନିଗମ । ଅଚିହ୍ନା ମୃତ ଶରୀରର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି BMC । ଜାରି କରିଛି SOP । SOP ଅନୁସାରେ, AIIMS ଭୁବନେଶ୍ଵରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ଭୁବନେଶ୍ଵର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇ ନଥିବା ୨୮ ଡେଡ୍ ବଡି ହେବ ଡିସପୋଜ । ଅନ୍ତିମ ସଂସ୍କାର କରିବ ଭୁବନେଶ୍ଵର ମହାନଗର ନିଗମ । DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ AIIMS ଭୁବନେଶ୍ଵରରେ ପଡ଼ି ରହିଛି ଏସବୁ ମୃତ ଶରୀର । ବଡ଼ି ଡିସପୋଜ ପାଇଁ ଅଗଷ୍ଟ ୨୫ରେ CBI ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି BMC । ଜାରି କରିଛି SOP । SOP ଅନୁସାରେ, AIIMS ଭୁବନେଶ୍ଵରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ଏସ୍‌ଓପି ଅନୁଯାୟୀ , ଭରତପୁରରେ ଏହି ଅଚିହ୍ନା ଶବଗୁଡ଼ିକର ସଂସ୍କାର କରାଯିବ। ଏମ୍ସରୁ ଭରତପୁର ପର୍ଯ୍ୟନ୍ତ ଶବଗୁଡ଼ିକୁ ନେବାକୁ ବିଏମ୍‌ସି ଗାଡ଼ି ବ୍ୟବସ୍ଥା କରିବ। ବିଏମ୍‌ସିର ଏଇଇ (ମେକାନିକାଲ)ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ମୃତଶରୀରଗୁଡ଼ିକୁ ବିଏମ୍‌ସିର ହେଲ୍‌ଥ ଅଫିସରଙ୍କୁ ହସ୍ତାନ୍ତର କରିବେ। ଏହି ହସ୍ତାନ୍ତର ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ନୀତିନିୟମ ଓ ଗାଇଡଲାଇନକୁ ପାଳନ କରାଯିବ। ବିଏମ୍‌ସି ହେଲ୍‌ଥ ଅଫିସର ମୃତଦେହଗୁଡ଼ିକୁ ଗ୍ରହଣ କରିବା ପରେ ସେଗୁଡ଼ିକର ଆବଶ୍ୟକ ରେକର୍ଡ ରଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.