କିସର ୫୫ ଜଣ ଛାତ୍ରଛାତ୍ରୀ ଲାଭ କଲେ ଚଳିତବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର କିସର ୫୫ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ବିଭିନ୍ନ କ୍ରୀଡ଼ାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଲାଭ କରିଛନ୍ତି। ଏହି ଅବସରରେ ଆଜି କିସ୍ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭୁବନେଶ୍ବର କିସର ୫୫ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ବିଭିନ୍ନ କ୍ରୀଡ଼ାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଲାଭ କରିଛନ୍ତି। ଏହି ଅବସରରେ ଆଜି କିସ୍ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କହିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ଏଥିପାଇଁ ଆଜି ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିଛନ୍ତି। କିଟ୍ ଓ କିସର ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେଇଛନ୍ତି।

କିସର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବଦା ଉତ୍ସାହିତ କରି ଆସୁଥିବାରୁ ଆମେ କିଟ୍ ଓ କିସ୍ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ଡ. ସାମନ୍ତ। କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଅର୍ଥ ରାଶି ପ୍ରଦାନ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି ସେ କହିଛନ୍ତି।

ନିଷ୍ଠା ଓ ଏକାଗ୍ରତାର ସହ କ୍ରୀଡ଼ା ଜାରି ରଖି ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଆଣିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତବର୍ଷ ଓଡ଼ିଶାରୁ ୩୮୮ ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ କେବଳ କିସର ୫୫ ଛାତ୍ରଛାତ୍ରୀ ରହିଛନ୍ତି।

ସେଥି ମଧ୍ୟରୁ କେବଳ ରଗ୍ବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ଏହା ସହ କିଟ୍ ଓ କିସର ଅନେକ ଛାତ୍ରଛାତ୍ରୀ ଚଳିତବର୍ଷ ଜାତୀୟ ଓ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

You might also like