ଭାରତୀୟ ରେଳବାଇ ଖାସ ଏହି ଯାତ୍ରୀଙ୍କୁ ଟିକେଟ ଭଡ଼ାରେ ଦେଇଥାଏ ୭୫% ଯାଏ ରିହାତି, ଆପଣ ବି ସାମିଲ ଥାଇ ପାରନ୍ତି

ଆପଣଙ୍କର ଯଦି କୌଣସି ଶାରୀରିକ ସମସ୍ୟା ରହିଛି ମାନେ କିଛି ରୋଗ ଅଛି ତେବେ ରେଳ ବିଭାଗ ଦେଉଛି ବଢିଆ ସୁବିଧା । ଅସୁସ୍ଥ ଲୋକଙ୍କୁ ଭାରତୀୟ ରେଳ ବିଭାଗ ଟ୍ରେନ ଭଡା ଉପରେ ଜବରଦସ୍ତ ରିହାତି ପ୍ରଦାନ କରୁଛି । ଆପଣ ବିଶ୍ୱାସ କରିବେନି କିନ୍ତୁ ରେଳ ବିଭାଗ ଏଭଳି ଲୋକଙ୍କ ଉପରେ ୭୫ % ଯାଏ ଟିକେଟ ଦର ଛାଡ଼ କରୁଛନ୍ତି।

ଆପଣଙ୍କର ଯଦି କୌଣସି ଶାରୀରିକ ସମସ୍ୟା ରହିଛି ମାନେ କିଛି ରୋଗ ଅଛି ତେବେ ରେଳ ବିଭାଗ ଦେଉଛି ବଢିଆ ସୁବିଧା । ଅସୁସ୍ଥ ଲୋକଙ୍କୁ ଭାରତୀୟ ରେଳ ବିଭାଗ ଟ୍ରେନ ଭଡା ଉପରେ ଜବରଦସ୍ତ ରିହାତି ପ୍ରଦାନ କରୁଛି । ଆପଣ ବିଶ୍ୱାସ କରିବେନି କିନ୍ତୁ ରେଳ ବିଭାଗ ଏଭଳି ଲୋକଙ୍କ ଉପରେ ୭୫ % ଯାଏ ଟିକେଟ ଦର ଛାଡ଼ କରୁଛନ୍ତି।

ଭାରତୀୟ ରେଳବାଇ ଗୁରୁତର ଅସୁସ୍ଥ ଲୋକଙ୍କୁ ପ୍ରାଥମିକତା ଦେଇ ଏଭଳି ନିୟମ ବାହାର କରିଛି । ଯାହାକରଣରୁ ଏମାନେ ଆରମ୍ ରେ ଯାତ୍ରା କରିପାରିବେ । ଆଉ ଟିକେଟ ଭଡା ପାଇଁ ବେଶୀ ଚିନ୍ତା କରିବେ ନାହିଁ ।

ମାନସିକ ସ୍ତରରେ ଦୁର୍ବଳ ତଥା ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଯାତ୍ରୀଙ୍କୁ ଟ୍ରେନ୍ ଭଡ଼ାରେ ରିହାତି ଦେଇଥାଏ ରେଳ ବିଭାଗ । ଏହା ବ୍ୟତୀତ ଯେଉଁମାନେ ଅନ୍ୟ ବ୍ୟକ୍ତିଙ୍କ ବିନା ଯାତ୍ରା କରି ପାରି ନଥାନ୍ତି । ଏହିପରି ଯାତ୍ରୀମାନଙ୍କୁ 3AC, ସ୍ଲିପର, ଜେନେରାଲ କ୍ଲାସରେ ଟିକେଟ୍ ବୁକିଂ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।

ରାଜଧାନୀ ଓ ଶତାବ୍ଦି ଟ୍ରେନରେ ଆପଣ ଏହି ରିହାତି ପାଇପାରିବେ । ଏହି ଯାତ୍ରୀମାନଙ୍କୁ ରେଳବାଇ ଦ୍ୱାରା ଫାର୍ଷ୍ଟ ଏସି ଓ ସେକେଣ୍ଡ ଏସି ଭଡାରେ ୫୦ ପ୍ରତିଶତ ରିହାତି ମିଳିଥାଏ । ରାଜଧାନୀ ଓ ଶତାବ୍ଦି ପରି ଟ୍ରେନର 3AC ଓ ଏସି ଚେୟାର କୋଚରେ ୨୫ ପ୍ରତିଶତ ରିହାତି ପ୍ରଦାନ କରାଯାଇଥାଏ । ସେହିପରି ମୁକ ବଧିର ବ୍ୟକ୍ତିଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଇଥାଏ । ଖାଲି ସେତିକି ନୁହେଁ ବରଂ ଏପରି ବ୍ୟକ୍ତିଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଭଡାରେ ସମାନ ରିହାତି ପାଇଥାନ୍ତି ।

ଅନେକ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଭାରତୀୟ ରେଳ ବିଭାଗ ଟିକେଟ ଭଡାରେ ରିହାତି ପ୍ରଦାନ କରିଥାଏ । ଏଥିରେ କ୍ୟାନ୍ସର ରୋଗୀ , ହୃଦ୍ ରୋଗୀ, ଥାଲାସେମିଆ, କିଡନୀ ରୋଗୀ , ହେମୋଫିଲିଆ ରୋଗୀ, ଯକ୍ଷ୍ମା , ଏଡସ୍ , ରକ୍ତହୀନତା ଓ ଅନ୍ୟ ରୋଗୀମାନେ ଅନ୍ତର୍ଭୁକ୍ତ ଥାନ୍ତି ।

ସୂଚନା ଅନୁସାରେ କୋଭିଡ-୧୯ ମହାମାରୀ ପୂର୍ବରୁ ରେଳବାଇ ବରିଷ୍ଠ ନାଗରିକଙ୍କୁ ଭଡା ପ୍ରଦାନ କରୁଥିଲା, କିନ୍ତୁ ପରେ ଏହାକୁ ବନ୍ଦ କରି ଦେଇଥିଲା । ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କୁ ଭଡ଼ା ଉପରେ ଆଉ ଛାଡ ଦିଆଯାଉ ନାହିଁ ।

ଭାରତୀୟ ରେଳବାଇ ଦେଶରେ ଲାଇଫ ଲାଇନ୍। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ କୋଟି କୋଟି ଲୋକ ଏହାର ରେଳପଥରେ ଯାତ୍ରା କରିଥାନ୍ତି । ଭାରତୀୟ ରେଳବାଇ ଯାତ୍ରୀ ସମୟରେ କିଛି ଲୋକଙ୍କୁ ଭଡା ଉପରେ ରିହାତି ପ୍ରଦାନ କରିଥାଏ । ଅସୁସ୍ଥ ଲୋକଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଓ ଅନ୍ୟମାନଙ୍କ ପାଇଁ ଏହି ରିହାତି ଦିଆଯାଏ । ଯାହାକି ଏକ ପ୍ରଶଂସନୀୟ ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.