Below header

୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ନେଇ କେନ୍ଦ୍ରକୁ ଦାୟୀ କଲେ । ଏ ଅଞ୍ଚଳର ଲୋକ ହୋଇ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ଅଞ୍ଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଅନୁଗୁଳ(କେନ୍ୟୁଜ) : ଅନୁଗୁଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ନେଇ କେନ୍ଦ୍ରକୁ ଦାୟୀ କଲେ । ଏ ଅଞ୍ଚଳର ଲୋକ ହୋଇ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ଅଞ୍ଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ଓଡ଼ିଶାରେ କାର୍ଯ୍ୟକାରୀ ନ କରିବା ଦିଗରେ ପଛଘୁଞ୍ଚା ବୋଲି କହିଲେ ପାଣ୍ଡିଆନ। ଦକ୍ଷତା ବିକାଶର ମନ୍ତ୍ରୀ ଥାଇ ମଧ୍ୟ ବେକାରୀଙ୍କୁ ନିଯୁକ୍ତି ଦିଆଯାଇନି।

ଦେଶର କେନ୍ଦ୍ରମନ୍ତ୍ରୀ ଏଇ ମାଟିର ପୁଅ । ୪୦ ଥର ଅନୁଗୁଳ ଗସ୍ତ କରିଛନ୍ତି। ଅଞ୍ଚଳର କ’ଣ ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି 5T ଅଧ୍ୟକ୍ଷ। କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛନ୍ତି ବୋଲି ପଚାରିଛନ୍ତି । ଅପପ୍ରଚାର ଓ ଅପମାନ ନ କରି ଓଡ଼ିଶାବାସୀଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ। ଆଜି ପ୍ରଥମେ ଅନୁଗୁଳରେ ପହଂଚି ଗଡଶନ୍ତ୍ରିଠାରେ ଲୋଭି ଠାକୁରାଣୀଙ୍କ ଦର୍ଶନ କରିଥିଲେ। ପରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଥିଲେ । ବନ୍ତଳାରେ ଦମକଳ କେନ୍ଦ୍ର କରାଯିବ ବୋଲି କହିଥିଲେ ପାଣ୍ଡିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.