Below header

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ୫ ଲୋକ, ସର୍ବପ୍ରଥମେ କରିବେ ରାମଲଲାଙ୍କ ଦର୍ଶନ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ରହିଛି, ପ୍ରାଣ ପ୍ରତିଷ୍ଠା ସମୟରେ ପାଞ୍ଚ ଜଣ ଲୋକ ଗର୍ଭଗୃହରେ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସଂଘ ପ୍ରମୁଖ ମୋହନ ଭଗବତ, ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରାଣ ପ୍ରତିଷ୍ଠା ସମୟରେ ପରଦା ବନ୍ଦ ରହିବ। ପ୍ରଥମେ ଭଗବାନ ରାମଙ୍କୁ ଦର୍ପଣ ଦେଖାଯିବ, ଯେଉଁଥିରେ ରାମଲଲା ନିଜର ଚେହେରା ଦେଖିବେ।

ଦଳଗତ ପୂଜା ପାଇଁ ଆଚାର୍ଯ୍ୟଙ୍କର ତିନୋଟି ଟିମ୍‌ ଗଠନ କରାଯାଇଛି। ସ୍ୱାମୀ ଗୋବିନ୍ଦ ଦେବ ଗିରି ପ୍ରଥମ ଦଳର ନେତୃତ୍ୱ ନେବେ। ଦ୍ୱିତୀୟ ଦଳର ନେତୃତ୍ୱ ନେବେ ଶଙ୍କରାଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ୱତୀ, ସେ ହେଉଛନ୍ତି କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ। ସେହିପରି ତୃତୀୟ ଦଳରେ କାଶୀର ୨୧ ଜଣ ବିଦ୍ୱାନ ପଣ୍ଡିତ ରହିବେ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କାଶୀ ବିଶ୍ୱନାଥ ଏବଂ ବୈଷ୍ଣୋଦେବୀ ମନ୍ଦିରର ମୁଖ୍ୟଙ୍କ ସମେତ ପାଖାପାଖି ୪,୦୦୦ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.