ପ୍ରଥମ ଟେଷ୍ଟ : ଦକ୍ଷିଣ ଆଫ୍ରିକା ୪୦୮ ରନରେ ଅଲଆଉଟ୍‌, ଭାରତ ଠାରୁ ୧୬୩ ରନରେ ଆଗୁଆ

ଦକ୍ଷିଣ ଆଫ୍ରିକା ଦଳ ୪୦୮ ରନ୍‌ କରି ଅଲଆଉଟ୍‌ ହୋଇଛି ।

ସେଞ୍ଚୁରିଅନ୍‌ : ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ଦଳ ୪୦୮ ରନ୍‌ କରି ଅଲଆଉଟ୍‌ ହୋଇଛି । ଫଳରେ ଭାରତ ଠାରୁ ପ୍ରଥମ ପାଳିରେ ୧୬୩ ରନ୍‌ରେ ଆଗୁଆ ରହିଛି । ଭାରତ ପ୍ରଥମ ପାଳିରେ ୨୪୫ ରନ୍‌ କରିଥିଲା ।
ଗତକାଲି ୫ ଓ୍ଵିକେଟ୍‌ରେ ୨୫୬ ରନ୍‌ କରିଥିବା ଘଷରାଇ ଦକ୍ଷିଣ ଆଫ୍ରିକା ଦଳ ଆଜି ପ୍ରଥମରୁ ଦୃଢ଼ ବ୍ୟାଟିଂ ଜାରି ରଖିଥିଲା । ଅପରାଜିତ ବ୍ୟାଟର ଏଲଗାର ୧୮୫ ରନ୍‌, ମାର୍କ ୟାନସେନ ଅପରାଜିତ ୮୪ ରନ୍‌ କରିଥିଲେ । ଭାରତୀୟ ଦଳ ପକ୍ଷରୁ ବୁମରା ୬୯ ରନ୍‌ରେ ୪ଟି, ଏବଂ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍‌ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.