Below header

ମାଟିତଳେ ପୋତା ଯାଇଥିବା ବିପୁଳ ମାଓ ବିସ୍ଫୋରକ ଜବତ

ଆନ୍ଧ୍ର ଓ ମାଲକାନଗିରି ଜିଲ୍ଲା ସୀମାନ୍ତରୁ ବିପୁଳ ମାଓ ବିସ୍ଫୋରକ ଜବତ । ମାଛକୁଣ୍ଡ ଥାନା ଅଂଚଳର କୋଦାପୁଟ ଓ ଗୁମୁଡାପୁଟ ଜଙ୍ଗଲରୁ ଜବତ ହୋଇଛି ଏହି ବିସ୍ଫୋରକ ।

କୋରାପୁଟ(କେନ୍ୟୁଜ) : ଆନ୍ଧ୍ର ଓ ମାଲକାନଗିରି ଜିଲ୍ଲା ସୀମାନ୍ତରୁ ବିପୁଳ ମାଓ ବିସ୍ଫୋରକ ଜବତ । ମାଛକୁଣ୍ଡ ଥାନା ଅଂଚଳର କୋଦାପୁଟ ଓ ଗୁମୁଡାପୁଟ ଜଙ୍ଗଲରୁ ଜବତ ହୋଇଛି ଏହି ବିସ୍ଫୋରକ । ଏସଓଜି ଜବାନ କମ୍ବିଙ୍ଗ ଅପରେସନ କଲାବେଳେ ମାଟିତଳେ ପୋତା ଯାଇଥିବା ବିସ୍ଫୋରକ ଠାବ କରିଥିଲେ ।

ଏହା ସହିତ ଗୋଟାଏ ପିସ୍ତଲ ,୧୪ ରାଉଣ୍ଡ ଗୁଳି, ୨ଟି ଡିଟୋନେଟର, ବଡ ଟିଫିନ ବୋମା ୮ଟି , ୯ଟି ସାନ ଟିଫନ ବୋମା, ତାର, ୨ଟି ଖାଲି ଗୁଳି ବକ୍ସ ଜବତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.