Below header

ହୀନ ମାନସିକତା: ଜଙ୍ଗଲକୁ ଡାକି ନେଇ ୭ ବର୍ଷର ନାତିକୁ ଦୁଷ୍କର୍ମ କଲା ଯୌନ ପିଶାଚ ଅଜା!

ଉଦଳା(କେନ୍ୟୁଜ୍): ହୀନ ମାନସିକତା। ଅତି ନିନ୍ଦନୀୟ। ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଦୁଷ୍କର୍ମ କଲା ଅଜା। ଏଭଳି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ଉପରତାଳଡିହା ଗ୍ରାମରେ। ଗ୍ରାମର ଲିଟୁ ସିଂ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ କହି ତାର ସମ୍ପର୍କୀୟ ୭ ବର୍ଷର ନାତିକୁ ସାଙ୍ଗରେ ଡାକି ନେଇଥିଲା। ୭ ବର୍ଷର ନାତି ମଧ୍ୟ ଅଜା ସହିତ ଜଙ୍ଗଲକୁ ଯାଇଥିଲା। ହେଲେ ଜଙ୍ଗଲ ଭିତରେ ଅଜା ସାଜିଲା ଯୌନ ପିଶାଚ।

ନାତିକୁ ଧମକ ଦେଇ ତା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ଯେଉଁଥିରେ ନାତି ଜଣକ ଗୁରୁତର ହୋଇଥିଲେ। ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଅଜା ଲିଟୁ ସିଂ କୁ ଗିରଫ କରିଛି। ତାସହିତ ଗୁରୁତର ନାତିକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.