ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ , କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ସାଧାରଣତନ୍ତ୍ର ଦିବସ ପରେଡରେ ୫୬ଟି ଟ୍ରୁଫ୍‌ ଭାଗ ନେଇଥିଲେ ।

dfhଆନ୍ଧ୍ର ପୋଲିସର ଟ୍ରୁପ୍‌ ସହ ମର୍ଚ୍ଚାଣ୍ଟ ନେଭିର ଏକ ଟ୍ରୁପ୍‌ ମଧ୍ୟ ସାମିଲ ହେଇଥିଲେ । ୯ଟି ପ୍ରଜ୍ଞାପନ ମେଢ଼ ଓ ୬ଟି ସାଂସ୍କୃତିକ ମେଢ଼ ପରେଡ୍‌ରେ ସାମିଲ ହୋଇଥିଲେ । ଚିତ୍ତାକର୍ଷକ ସ୍କେଟିଂ ସାଙ୍ଗକୁ ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଡେୟାର ଡେଭିଲ୍‌ ସୋ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ହୋଇଥିଲା । ରାଜ୍ୟସ୍ତରୀୟ ପରେଡ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ମୁତୟନ ହୋଇଥିଲେ ୩୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ ୧୪୦ ପୋଲିସ ଅଧିକାରୀ ।

p1କଟକରେ ସାଧାରଣତନ୍ତ୍ର ଦିବସ :

ସେହିପରି କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଥିଲେ । ରାଜ୍ୟର ବରପୁତ୍ର ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

cmmm1ନବୀନ କହିଛନ୍ତି, ବିକାଶ ହୋଇଛି ଓଡ଼ିଶାର ପରିଚୟ । ଗରିବ ଲୋକଙ୍କ କଲ୍ୟାଣ ଓଡ଼ିଶାର ପରିଚୟ ହୋଇଛି । ଏସ୍‌ସି, ଏସ୍‌ଟି ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଇନ୍‌ଭେଷ୍ଟର୍ସ ମାନଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିଛି । ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସହିତ ୬ ଲକ୍ଷ ନୂଆ ନିଯୁକ୍ତ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ପୁରୁଷ ହକି ବିଶ୍ୱ କପ୍‌ର ସଫଳ ଆୟୋଜନ ବିଶ୍ୱରରେ ଭାରତର ଗୌରବ ବୃଦ୍ଧି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ବିକାଶ ଯାତ୍ରାରେ ସାମିଲ ହୋଇଛନ୍ତି ଛାତ୍ର, ଯୁବକ, ମହିଳା, ଚାଷୀ ଓ ଶ୍ରମିକ । ମାଲକାନଗିରିରେ ଗୁରୁପ୍ରିୟା ସେତୁ, ବିଜୁ ଏକ୍ସପ୍ରେସ୍‌ ୱେ, ୮ ଲକ୍ଷ ହେକ୍ଟର ଜମିକୁ ପାଣି, ଗାଁ ଗାଁରେ ପକ୍କା ଘର, ନୂଆ ନୂଆ ମେଡିକାଲ କଲେଜ ଓଡ଼ିଶା ବିକାଶ ନୂଆ ମାଇଲ ଖୁଣ୍ଟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ କୃଷି ଓ କୃଷକଙ୍କ କଲ୍ୟାଣରେ ଏକ ମଡେଲ ହୋଇଛି । ଗତକାଲି ରାଜ୍ୟର ୧୨ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି । ସମସ୍ତଙ୍କୁ ସାଥିରେ ନେଇ ଏକ ନୂଆ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

Leave A Reply

Your email address will not be published.