ଭାରତର ଗଣତନ୍ତ୍ର ଦିବସରେ ଗୁଗୁଲର ସ୍ପେସାଲ୍ ଡୁଡୁଲ୍

ସର୍ଚ୍ଚର ଗନ୍ତାଘର ଗୁଗୁଲ ଆଜି ଭାରତର ୭୦ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଏକ ବିଶେଷ ଡୁଡୁଲର ସମର୍ପିତ କରିଛି । ଯାହା ଦେଶର ବାସ୍ତୁକଳା ଏବଂ ସାଂସ୍କୃତିକ କିର୍ତ୍ତୀମାନ ସହିତ ଏହାର ସମୃଦ୍ଧି, ଜୈବ ବିବିଧତା ଉପରେ କବଳିତ ରହିଛି ।

ଏକ ୩ଡି ଇପ୍ରେସନର ଡୁଡୁଲର ପୃଷ୍ଠ ଭୂମୀରେ ଭବ୍ୟ ପ୍ରତିଷ୍ଠିତ ରାଷ୍ଟ୍ରପତି ଭବନ ରହିଛି, ଯାହା ଗଛମାନଙ୍କ ଭିତରେ ଦେଖିବାକୁ ମିଳୁଛି । ଯାହା ନିଜ ପାଖରେ ରହିଥିବା ଗଛଲତା ଏବଂ ଜୀବଜଗତକୁ ଦର୍ଶାଉଛି ।
ବିଭିନ୍ନ ରଙ୍ଗ ଭିତରେ ଗୁଗୁଲର ୬ଟି ଅକ୍ଷରରୁ ସାମ୍ନାରେ ରଖାଯାଇଛି । ପ୍ରତ୍ୟକ ଅକ୍ଷରର ଭିନ୍ନ ଏକ ଷ୍ଟାଇଲ ରହିଥିବାବେଳେ ଏଥିରେ ବିଭିନ୍ନ ପୁରାତନ ସ୍ମାରକି ଦେଖିବାକୁ ମିଳୁଛି ।

googledoodleଯେଉଁଥିରେ ଜି’ ସବୁଜ ରଙ୍ଗରେ ବୁଡି ରହିଥିବାବେଳେ, ଏକ ଗୋଲ୍ଫ ଲିଙ୍କ ଉପରେ ଛିଡାରହିଛି। ଏଲ୍’ ର ପ୍ରତିନିଧିତ୍ବ ଦିଲ୍ଲୀର କୁତୁବମିନାର, ଯାହା ଏକ ବିଶ୍ବ ଦରବାରର ସ୍ଥଳ ଏବଂ ସବୁଠାରୁ ଅଧିକ ଦେଖାଯାଉଥିବା ସ୍ଥାନ ମାନଙ୍କ ମଧ୍ୟରୁ ଅନ୍ୟତ୍ତମ ।

ଚତୁର୍ଥ ଅକ୍ଷର ଜି’ଏକ ଏମିତି ଆକାର ନେଇଛି ଯାହା ଏକ ମୟୁର କୁ ମୟୁର ଉପରେ ରଖାଯାଇଛି । ଦୁହେଁ ଭାରତର ପ୍ରତିକ ଅଟନ୍ତି । ବାକି ଦୁଇଟି ଓ’ ଏବଂ ଇ’ ଭାରତର ଐତିହ୍ୟ ଏବଂ ହସ୍ତଶିଳ୍ପକୁ ଦର୍ଶାଉଛି । ସର୍ବତୁଳନାରେ ଏହା ଏକ ରଙ୍ଗିନ୍ ରୂପରେଖ ପ୍ରଦାନ କରିଛି ।

ତେବେ ଇଣ୍ଟରନେଟର ଗୁଗୁଲ ନିଜର ହୋମପେଜରେ ଏକ ବିଶେଷ ଡୁଡୁଲ ସହିତ ଐତିହାସିକ ଅବସର ଏବଂ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଜୀବନ ଏବଂ ସମୟକୁ ଏକ ଲାଣ୍ଡମାର୍କ ପରି ଜଣାଯାଇଥାଏ ।

Leave A Reply

Your email address will not be published.