ବ୍ରହ୍ମପୁର ଆମ୍ବଗଡ ଗାଁ ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ
୨୦୧୭ ମସିହାରେ ବ୍ରହ୍ମପୁର ସଦର ଥାନା ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ ।

୨୦୧୭ ସେପ୍ଟେମ୍ବର ୧୮ରେ ସଦର ଥାନା ଆମ୍ବଗଡ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଡୁ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗାଁର ୮ଜଣ ଅଭିଯୁକ୍ତ ସଂଘବଦ୍ଧ ଭାବେ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ବୁଡୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସଦର ଥାନା ପୋଲିସ ଅଧିକାରୀ ତଥା ବର୍ତ୍ତମାନର ସଦର ଏଡିପିଓ ଶିବଶଙ୍କର ମହାପାତ୍ର ବିଭିନ୍ନ ସ୍ଥାନରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଅଭିଯୁକ୍ତମାନେ ହେଲେ ଆର୍. ହରି ପାତ୍ର,ଆର. ଲୋକନାଥ ପାତ୍ର, ଏମ.ଦଣ୍ଡ ପାତ୍ର, କେ.ଭୀମ ପାତ୍ର, କେ. ବଇରୀ ପାତ୍ର, ଏନ. ସୋମେଶ ପାତ୍ର, ବି. ନଇ ପାତ୍ର ଓ ଆର୍ ଭାସ୍କର ପାତ୍ର। ମାମଲାର ଶୁଣାଣୀ ଏ .ଡି .ଜେ -୧ରେ ଚାଲୁଥିବା ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ସାକ୍ଷୀଙ୍କ ବୟାନ ଭିତ୍ତି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବାରୁ ୮ଜଣଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ।