ରଶ୍ମିକା ମନ୍ଦାନାଙ୍କ Deepfake ଭିଡିଓକୁ ନେଇ ସରକାରଙ୍କ ଚେତାବନୀ, ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଜେଲ୍‌ ସହ ଲକ୍ଷେ ଜରିମାନା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ Deepfake ଭିଡିଓ ଭାଇରାଲ ହେବା ପରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମାମଲାରେ ଇଣ୍ଟର୍‌ମିଡିଏଟରୀ ପ୍ଲାଟଫର୍ମକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଇଣ୍ଟର୍‌ମିଡିଏଟରୀକୁ Deepfake ମାମଲାରେ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କୁ ନିୟମ ପାଳନ କରିବାକୁ କୁହାଯାଇଛି।

ଯଦି କୌଣସି ପ୍ଲାଟଫର୍ମ ଏହା ନ କରିବ, ତେବେ ସେ ଆଇନଗତ ସୁରକ୍ଷା ହରାଇବ। ଆଇଟି ଆକ୍ଟର ବିଭିନ୍ନ ଧାରା ଅଧୀନରେ ଇଣ୍ଟର୍‌ମିଡିଏଟରୀ ପ୍ଲାଟଫର୍ମଗୁଡ଼ିକୁ ନୋଟିସ୍ ପଠାଯାଇଛି। ଏଥିରେ 66D, କମ୍ପ୍ୟୁଟର ରିସୋର୍ସେସ୍‌ର ଉପଯୋଗ ମାଧ୍ୟମରେ ଅନ୍ୟର ବେଶ କରି ପ୍ରତାରଣା କରିବା ଅନ୍ତର୍ଭୁକ୍ତ ରହିଛି। ଏହି ଧାରା ଅଧୀନରେ ଦୋଷୀ ସାବ୍ୟସ୍ତ ହେଲେ, ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ନଗଦ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି।

ଏହା ବ୍ୟତୀତ ଆଇଟି ଇଣ୍ଟର୍‌ମିଡିଏଟରୀ ନିୟମ 3 (1) (b) (vii) ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମର ନିୟମକୁ ଧ୍ୟାନରେ ଦେବାକୁ ପଡ଼ିବ ଯେ ଯେପରି ଅନ୍ୟ ବ୍ୟକ୍ତିର ନକଲ ନ ହେବ। ନିୟମ 3 (2) (b) ଅନୁସାରେ, କାହାର ନକଲକୁ ନେଇ ଆସିଥିବା କୌଣସି ବି କଣ୍ଟେଣ୍ଟ୍‌ର ଅଭିଯୋଗ ମିଳିଲେ, ୨୪ ଘଣ୍ଟା ଭିତରେ ଇଣ୍ଟର୍‌ମିଡିଏଟରୀଗୁଡ଼ିକୁ ଏଭଳି କଣ୍ଟେଣ୍ଟ୍‌କୁ ହଟାଇବାକୁ ପଡ଼ିବ, ନଚେତ୍‌ ଏହା ପର୍ଯ୍ୟନ୍ତ ପ୍ରବେଶକୁ ଅକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ।

କହି ରଖୁଛୁ, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ Deepfake ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଅନ୍ୟ ଜଣେ ଯୁବତୀଙ୍କ ମୁହଁ ଉପରେ ରଶ୍ମିକାଙ୍କ ମୁହଁକୁ ମର୍ଫ କରାଯାଇଛି, ଯାହା ପରଠାରୁ ଏହି Deepfake ଭିଡିଓକୁ ନେଇ ସବୁଠି ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.