Below header

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ, ୩ ଦିନ ତଳେ ଯାଇଛି ୩ ଜୀବନ

ଅସମ୍ପୂର୍ଣ ଏନ ଏଚ ଯୋଗୁଁ ରାସ୍ତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଗଲାଣି ଅନେକ ଧନ ଜୀବନ। ତିନି ଦିନ ତଳେ ସମାନ ସ୍ଥାନରେ ଏକ ହାଇୱା ବାଇକ୍ ଆରୋହୀଙ୍କ ଉପରେ ମାଡି ଯିବାରୁ ୩ଜଣ ବାଇକ୍ ଆରୋହୀଙ୍କ ଜୀବନ ଯାଇଥିଲା।

ଅସମ୍ପୂର୍ଣ ଏନ ଏଚ ଯୋଗୁଁ ରାସ୍ତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଗଲାଣି ଅନେକ ଧନ ଜୀବନ। ତିନି ଦିନ ତଳେ ସମାନ ସ୍ଥାନରେ ଏକ ହାଇୱା ବାଇକ୍ ଆରୋହୀଙ୍କ ଉପରେ ମାଡି ଯିବାରୁ ୩ଜଣ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଆଜି ପୁଣିଏକ ଦୁର୍ଘଟଣା ଘଟିଛି।

ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରର ବାରିଗାଁ ପେଟ୍ରୋଲ ପମ୍ପ ନିକଟର ଏହି ଡାଇଭରସନ ଠାରେ ଆଜି ପୁଣିଏକ ଦୁର୍ଘଟଣା ଘଟିଛି। ଜଣେ ବାଇକ୍ ଆରୋହୀଙ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ଗୁରୁତର ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ଯପଟେ ବାରମ୍ବାର ଅଭିଯୋଗ ପରେ ମଧ୍ଯ ଏନ୍ ଏଚ୍ କର୍ତ୍ତୁପକ୍ଷ ଧ୍ଯାନ ନଦେବାରୁ ଆଜି ଉତ୍ଯକ୍ତ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଏନଏଚ୍ କୁ ଅବରୋଧ କରି ଯାତାୟତ ସମ୍ପୁର୍ଣ୍ଣ ଅଚଳ କରିଦେଇଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଟ୍ରକ୍, ବସ ଓ ଛୋଟ ଯାନ ଅଟକି ରହିଥିବା ଦେଖାଯାଇଥିଲା । ଖବରପାଇ ଘଷିପୁରା ପୋଲିସ ପହଁଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.