ବ୍ରହ୍ମପୁର : ବୁଡୁ ପାତ୍ର ହତ୍ୟା ମାମଲାରେ ୮ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର (କେନ୍ୟୁଜ୍‌) : ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ବ୍ରହ୍ମପୁରରେ ଏକ ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । ୨୦୧୭ ସଦର ଥାନା ଆମ୍ବଗଡ଼ ଗାଁରେ ବୁଡ଼ୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା କରାଯାଇଥିବା ନେଇ ମାମଲା ଚାଲିଥିଲା ।

ଏହି ୮ ଜଣ ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ବୁଡୁ ପାତ୍ରଙ୍କୁ ଆମ୍ବାଗୁଡ଼ା ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ସେତେବେଳେ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ତେବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଦୋଷୀ ସାବ୍ୟସ୍ତ ଏହି ବ୍ୟକ୍ତିମାନେ ହେଲେ ହରି ପାତ୍ର, ଲୋକନାଥ ପାତ୍ର, ଦଣ୍ଡ ପାତ୍ର, ଭୀମ ପାତ୍ର, ବଇରୀ ପାତ୍ର, ସୋମେଶ ପାତ୍ର, ଭାସ୍କର ପାତ୍ର ଏବଂ ନାଇ ପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.