ସାମ୍ବାଦିକଙ୍କ ମୋବାଇଲ୍ ଓ ଲାପଟପ୍ ସିଜ୍ କିମ୍ବା ଯାଞ୍ଚ ନେଇ ଗାଇଡ୍‌ ଲାଇନ୍‌ ଦରକାର : ସୁପ୍ରିମ କୋର୍ଟ

ସାମ୍ବାଦିକଙ୍କ ମୋବାଇଲ୍ ଫୋନ୍ ଓ ଲାପଟପ୍ ସିଜ୍ କିମ୍ବା ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ମୋବାଇଲ୍ ଫୋନ୍ ଓ ଲାପଟପ୍ ସିଜ୍ କିମ୍ବା ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଥିପାଇଁ ଗାଇଡଲାଇନ୍ ଆସିବା ଆବଶ୍ୟକ । ସାମ୍ବାଦିକଙ୍କ ମୋବାଇଲ୍ ଫୋନ୍ ସମେତ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ଜବତ କି ଯାଞ୍ଚ ଘଟଣାକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ଏକଥା କହିଛନ୍ତି । ଆଜି ଏନେଇ ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୟ କିଷାନ କୌଲ୍ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ।

କୋର୍ଟ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଥିପାଇଁ ଗାଇଡଲାଇନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କୁ ମାସେ ଭିତରେ ଗାଇଡଲାଇନ୍ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶୁଣାଣି ବେଳେ ଦୁଇ ବିଚାରପତି କହିଥିଲେ, ମୋବାଇଲ୍ ଫୋନ୍ ଓ ଲାପଟପରେ ସାମ୍ବାଦିକମାନଙ୍କର ସୋର୍ସ କିଏ ଓ କଣ୍ଟାକ୍ଟ ନମ୍ବର ଥାଇପାରେ । ଯାହା ଗୋପନୀୟ ରହିବା କଥା ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡିସିନାଲ୍ ସଲିସିଟର ଜେନେରାଲ୍ ଏସ୍. ଭି. ରାଜୁ କହିଥିଲେ, ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ହେବନି । ଗଣମାଧ୍ୟମ ଆଇନଠାରୁ ଉର୍ଦ୍ଧ୍ବରେ ନୁହେଁ । ଏହାପରେ ସୁପ୍ରିମକୋର୍ଟ କହିଥିଲେ, ବିନା ଗାଇଡଲାଇନରେ ଯଦି ସରକାରଙ୍କୁ ଏନେଇ କ୍ଷମତା ଦେଲେ ଗଣମାଧ୍ୟମ ପ୍ରତି ବିପଦ ହେବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.