Below header

ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ, ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନି ଶ୍ରମ କର୍ମଚାରୀ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ।

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ। ଅଗ୍ନିଶ୍ରମ କର୍ମଚାରୀ ମାନେ ଖବର ପାଇ ତୁରନ୍ତ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଶିଶୁପୁତ୍ରକୁ ।

ସୂଚନା ଅନୁଯାୟୀ ପିଲାଟି ଖେଳୁଥିବା ସମୟରେ ୩୦ଫୁଟ ନଣ୍ଡା କୂଅ ଭିତରକୁ ଖସିପଡିଥିଲା । କୂଅରେ ପ୍ରାୟ ୪ ଫୁଟ ପାଣି ଥିଲା। ଏହି ସମୟରେ ଶିଶୁଟିକୁ ଉଦ୍ଧାର କରିବାକୁ ଆଉ ଜଣେ ୧୪ ବର୍ଷର ବାଳକ କୂଅକୁ ଡେଇଁପଡି ଥିଲେ l ଏହା ପରେ ଶିଶୁଟିକୁ ପାଣି ଭିତରୁ ଉପରକୁ ଟେକି ଧରିଥିଲେ l ଢେଙ୍କାନାଳ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଶିଶୁ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.