Below header

ଛୋଟ ବେଳରୁ ହରାଇଥିଲେ ବାପା ମା, ଯୁବ ସଙ୍ଗଠନର ମିଳିତ ସହାୟତାରେ ହେଲା ବାହାଘର

ଆଳି (କେ ନ୍ୟୁଜ) : କରୋନା ମହାମାରୀରର ଆତଙ୍କ ଓ ଲକଡାଉନ ଅଚଳାବସ୍ଥା ସମୟରେ ଆଳି ବ୍ଲକ ମାଣିକପାଟଣା ଗାଁର ଯୁବକମାନେ ମିଳିତ ହୋଇ ଆଜି ଏକ ନିଃସହାୟ ଝିଅର ବିଭାଘର କରାଇଛନ୍ତି। ମାଣିକପାଟଣା ଗାଁର ମନିଷା ସାହୁ ପିଲାଟିବେଳୁ ବାପମାଙ୍କୁ ହରାଇ ନିଜର ବୃଦ୍ଧା ଆଈ ରୋହିଣୀଙ୍କ ପାଖରେ ଆଶ୍ରୟ ନେଉଥିଲେ। ରୋହିଣୀ ମନିଷାଙ୍କୁ ଲାଳନପାଳନ କରି ବଡ କରିଥିଲେ ମଧ୍ୟ ବିବାହ ବୟସ ବେଳକୁ ତାକୁ ବିବାହ ଦେବା ପାଇଁ ସମର୍ଥ ହୋଇନଥିଲେ।

ଏମିତି ସମୟରେ ସହାୟତାର ହାତ ବଢାଇ ଦେଇଥିଲେ ଗାଁର ଶତାଧିକ ସଂଗଠିତ ଯୁବକ । କେନ୍ଦ୍ରାପଡା ଆଳି ବ୍ଲକ ମାଣିକପାଟଣା ପଞ୍ଚାୟତର ଆମ ସ୍ବାଭିମାନ ଯୁବ ସଂଗଠନର ସଦସ୍ୟମାନେ ମିଳିତ ହୋଇ ମନିଷାଙ୍କର ବାହାଘର ଆୟୋଜନ କରିଥିଲେ।ମନିଷାଙ୍କୁ ଉପହାର ଦେବା ପାଇଁ ଷଢି ଠୁ ଆରମ୍ଭ କରି ସୁନା କାନଫୁଲ ଫନିଚର ସେଟ ପର୍ଯ୍ୟନ୍ତ ଯୋଗାଇ ଦେଇଥିଲେ। କଳଦିଆ ଗ୍ରାମର ସନାତନ ସାହୁଙ୍କ ପୁଅ ମନୋଜ ବର ହୋଇ ଆସିବା ପରେ ଗାଁ ରାମ ମନ୍ଦିରରେ ବାହାଘର ଅନୁଷ୍ଠିତ ହୋଇଥିଲା। ସ୍ବାଭିମାନ ସଙ୍ଗଠନର ଯୁବକ ମାନେ ଏକାଠି ହୋଇ ମନ୍ଦିର ମଣ୍ଡପରେ ସାଜସରଞ୍ଜାମ ଯୋଗାଇ ଦେଇ ଥିଲେ।ସାମାଜିକ ଦୂରତା ମଧ୍ୟରେ ଶଂଖ,ହୁଳହୁଳି ଓ ମନ୍ତ୍ରପାଠ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବେସାହାରା ଝିଅର ବାହାଘର ପାଇଁ ଯୁବକ ମାନଙ୍କର ଏଇ ପ୍ରୟାସକୁ ସାଧାରଣରେ ଢେର୍ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.