ଖୋର୍ଦ୍ଧା ଜେଲ୍ ଭିତରେ ଖୁଲମଖୁଲା ନିଶା କାରବାର, ଭାଇରାଲ ହେଉଛି ଭିଡିଓ

ଖୋର୍ଦ୍ଧା : ଖୋର୍ଦ୍ଧା ଜେଲ୍ ଭିତରେ ଚାଲିଛି ଖୁଲମଖୁଲା ନିଶା କାରବାର । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଜେଲ କର୍ମଚାରୀଙ୍କ ଜାଣତରେ ଜେଲ୍‌ ଭିତରକୁ ଯାଉଛି ନିଶା ଦ୍ରବ୍ୟ । ଏହା ବଦଳରେ ପାଉଛନ୍ତି ମୋଟା ଅଙ୍କ। ଏନେଇ ଆସିଛି ବଡ ଅଭିଯୋଗ । । ବ୍ରାଉନସୁଗାର ଭଳି ଡ୍ରଗସ୍‌ ମଧ୍ୟ ଜେଲ ଭିତରେ ବ୍ୟବହାର କରୁଛନ୍ତି କଏଦୀ ।

ନିଶା କାରବାର ସହିତ ବିଦେଶୀ ମଦ ମଧ୍ୟ ଜେଲ ଭିତରେ ପିଉଛନ୍ତି କଏଦୀ । ସଜା ବଦଳରେ ଏମାନେ ମଉଜ କରୁଛନ୍ତି । ଦାମୀ ମୋବାଇଲ ଫୋନରେ କଥାବର୍ତ୍ତା ହେଉଛନ୍ତି। ଯାହାର ଭିଜୁଆଲ ଭାଇରାଲ୍ ହୋଇଛି । ଯାହା ଖୋର୍ଦ୍ଧା ଜେଲ ଭିତରର ବୋଲି କୁହାଯାଉଛି । ତେବେ ଏହାର ସତ୍ଯତା ନେଇ ତଦନ୍ତ ଆରମ୍ଭ ହୋଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.