Below header

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ଅଭିଯୋଗ, କାରଣ ଅସ୍ପଷ୍ଟ

ସମ୍ବଲପୁର ଟାଉନ ଥାନା ଦଳେଇପଡା ଅଞ୍ଚଳରରେ ଯୁବକଙ୍କୁ ହତ୍ୟା ଅଭିଯୋଗ ।କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ମୃତକ ଜଣକ ବୁର୍ଲା ଥାନା ଝାରମୁଣ୍ଡା ଅଞ୍ଚଳର।

ସମ୍ବଲପୁର (କେନ୍ୟୁଜ): ଯୁବକଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଦଳେଇପଡା ଅଞ୍ଚଳର ଘଟଣା । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।ମୃତକ ଜଣକ ବୁର୍ଲା ଥାନା ଝାରମୁଣ୍ଡା ଅଞ୍ଚଳର। ଏହି ଘଟଣାରେ ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ଘଟଣା ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

ସେପଟେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପୁଣି ଅଶାନ୍ତ ହୋଇଛି ସମ୍ବଲପୁର ସହର । କଡ଼ା ଆଇନଶୃଙ୍ଖଳା ବ୍ୟବସ୍ଥା ସତ୍ତ୍ୱେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗତକାଲି ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ଗତକାଲି ମଧ୍ୟରାତ୍ରିରୁ ସହରରେ କର୍ଫ୍ୟୁ ଜାରି କରିଛି । ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ସମ୍ବଲପୁର ଟାଉନ୍‌ ଥାନା, ଧନୁପାଲି, ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର ଓ ସଦର ଥାନା ଅଞ୍ଚଳରେ ଲାଗିଛି କଡ଼ା କଟକଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.