Below header

୧୩ ବର୍ଷ ପରେ ପ୍ରକାଶ ପାଇଲା ରାୟ, ଅଭିଯୁକ୍ତକୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

ପୋଲିସକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । । ୨୦୧୦ ମସିହାରେ ଗଂଜାମ ଜିଲ୍ଲା ଶେରଗଡ଼ ଥାନାର ପୂର୍ବତନ ଥାନା ବାବୁ ମନୋରଞ୍ଜନ ମିଶ୍ରଙ୍କୁ, ତାକରଡା ଗାଁ ନିକଟ ରାସ୍ତାରେ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ ।

ଭଞ୍ଜନଗର(କେନ୍ୟୁଜ୍): ୧୩ ବର୍ଷ ପରେ ପ୍ରକାଶ ପାଇଛି ରାୟ । ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ପୋଲିସକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । । ୨୦୧୦ ମସିହାରେ ଗଂଜାମ ଜିଲ୍ଲା ଶେରଗଡ଼ ଥାନାର ପୂର୍ବତନ ଥାନା ବାବୁ ମନୋରଞ୍ଜନ ମିଶ୍ରଙ୍କୁ, ତାକରଡା ଗାଁ ନିକଟ ରାସ୍ତାରେ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏନେଇ ଶେରଗଡ଼ ଥାନାରେ ୫୦/୧୦ ରେ ଏକ ମାମଲା ରୁଜୁ ହୋଇଥିଲା ।

ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଶୁଶାନ୍ତ ବେହେରାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି , ଗଂଜାମ ଜିଲ୍ଲା ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହି ମାମଲାରେ ଗିରଫ ହୋଇ ଜାମିନ ପାଇଥିବା ସୁନିଲ୍ ବେହେରା , ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛି । ଅନ୍ୟତମ ଅଭିଯୁକ୍ତ ସମୀର ପଣ୍ଡା , ମାନ୍ୟବର ଅଦାଲତଙ୍କ ନିକଟରେ ଅନୁପସ୍ଥିତ ରହିଥିବାରୁ , ତା’ ନାମରେ ଓ୍ବାରେଣ୍ଟ ଜାରି ହୋଇଛି ।

police

ଘଟଣା ମୁତାବକ ,ତତ୍କାଳୀନ ଶେରଗଡ଼ ଥାନାରେ କାର୍ଯ୍ୟରତ ଏସଆଇ ମନୋରଞ୍ଜନ ମିଶ୍ର , ସେଦିନ ଥାନାରୁ ବାହାରି ହିଞ୍ଜିଳି ସ୍ଥିତ ବାସଭବନକୁ ମୋଟରସାଇକେଲ ଯୋଗେ ଯାଉଥିଲେ । ତାକରଡା ଗାଁ ନିକଟରେ , ଜଗି ରହିଥିବା ଦୁର୍ବୃତ୍ତ ମାନେ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ଘଟଣା ସ୍ଥଳରେ ମନୋରଞ୍ଜନ ଙ୍କ ମୃତଦେହ ପଡ଼ିଥିବା ଦେଖି , ସେଠାରେ ଡ୍ୟୁଟି କରୁଥିବା ASI ଭ୍ରମରବର ତରାଇ ଥାନାକୁ ସୂଚନା ଦେଇଥିଲେ ଏବଂ ଲିଖିତ ଏତଲା ମଧ୍ୟ ଦେଇଥିଲେ ।

ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ସହ ପରବର୍ତ୍ତୀ ସମୟରେ , ସଂପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ପୋଲିସ । କିଛି ବର୍ଷ ପରେ , ସଂପୃକ୍ତ ଅଭିଯୁକ୍ତ ମାନେ ଜାମିନ୍ ରେ ଆସିଥିଲେ । ଏହାପରେ ଶେଷରେ ଆସିକା କୋର୍ଟରେ ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣ ଆଧାରରେ ଏହି ରାୟ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.