ଚାପୁଡ଼ା ବିବାଦରେ ଫସିଲେ ନାନା ପାଟେକର; ଭିଡିଓ ଜାରି କରି ଦେଲେ ସ୍ପଷ୍ଟୀକରଣ, ମାଗିଲେ କ୍ଷମା

ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହେବା ପରେ ଆଜି କ୍ଷମା ମାଗିଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତା ନାନା ପାଟେକର। ଏହି ଭିଡିଓକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଛି। ଭିଡିଓଟି ଗତକାଲି ସାମ୍ନାକୁ ଆସିବା ପରେ ଆଜାଦ ଅଧିକାର ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାନା ପାଟେକରଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜୀକୃତ କରିବାକୁ ଦାବି କରିଛନ୍ତି।

ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହେବା ପରେ ଆଜି କ୍ଷମା ମାଗିଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତା ନାନା ପାଟେକର। ଏହି ଭିଡିଓକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଛି। ଭିଡିଓଟି ଗତକାଲି ସାମ୍ନାକୁ ଆସିବା ପରେ ଆଜାଦ ଅଧିକାର ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତାଭ ଠାକୁର ନାନା ପାଟେକରଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜୀକୃତ କରିବାକୁ ଦାବି କରିଛନ୍ତି। ଏହାରି ଭିତରେ ନାନା ପାଟେକର ଭିଡିଓ ଜାରି କରି କ୍ଷମା ମାଗିଛନ୍ତି।

ନାନା ପାଟେକରଙ୍କ ଭିଡିଓ ମୁତାବକ, ତାଙ୍କ ଫିଲ୍ମର ସୁଟିଂ ଚାଲିଥିଲା ଏବଂ ତାଙ୍କୁ ଏକ ସିନ୍‌ ସୁଟ୍‌ କରିବାର ଥିଲା, ଯେଉଁଥିରେ ପଛପଟୁ ଜଣେ ବାଳକ ଆସିବେ ଏବଂ ତାଙ୍କୁ ସେ ଚାପୁଡ଼ା ମାରିବେ। ଥରେ ସେ ରିହର୍ସାଲ କରିଥିଲେ। କିନ୍ତୁ ନିର୍ଦ୍ଦେଶକ ତାଙ୍କୁ ଆଉ ଥରେ ରିହର୍ସାଲ କରିବାକୁ କହିଥିଲେ। ଏହି ସମୟ ମଧ୍ୟରେ ଜଣେ ପ୍ରଶଂସକ ଯେତେବେଳେ ସେଲ୍ଫି ନେବାକୁ ତାଙ୍କ ପାଖକୁ ଆସିଥିଲେ, ସେତେବେଳେ ସେ ଫିଲ୍ମର ସିନ୍‌ ଭାବି ତାଙ୍କୁ ଚାପୁଡ଼ା ମାରିଥିଲେ।

ଭିଡିଓରେ ନାନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଫଟୋ ପାଇଁ କେବେ କାହାକୁ ନା କହି ନାହାନ୍ତି। ସେ ଜାଣନ୍ତି ନାହିଁ, ସେହି ବାଳକ କେଉଁଠାରୁ ଆସିଲା। ଯଦି ଭୁଲ ବୁଝାମଣା ହୋଇଛି, ତେବେ ସେ କ୍ଷମା ଚାହୁଁଛନ୍ତି। ଲୋକମାନେ ତାଙ୍କୁ ଭଲ ପାଉଛନ୍ତି, ସେ ଏପରି କାର୍ଯ୍ୟ କେବେ କରିବେ ନାହିଁ। ଆଗକୁ ଆସିଲେ, ସେ ସାମ୍ନାରେ ମଧ୍ୟ କ୍ଷମା ମାଗିବେ। ପିଲାଟି ସେଦିନ ପଳାଇ ଯାଇଥିଲା। ଏହି ଭିଡିଓ ମାଧ୍ୟମରେ ନାନା ପାଟେକର ଏପରି ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.