Below header

ରେକର୍ଡ ଭାଙ୍ଗିଲା Disney+hotstar, ସେମି ଫାଇନାଲ ମ୍ୟାଚ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ପ୍ରଥମେ ଭାରତ ବ୍ୟାଟିଂ କରୁଥିବା ବେଳେ Disney+hotstar ଭ୍ୟୁଅର୍ସ ସଂଖ୍ୟା ୫.୧ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେହିପରି ଏହି ରେକର୍ଡ ଦ୍ୱିତୀୟ ଇନିଂସରେ ଭାଙ୍ଗିଯାଇଥିଲା । ଡିଜନୀ ପ୍ଲସ ହଟଷ୍ଟାରରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ବେଳେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ଓ୍ଵାଲର୍ଡ ପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅନେକ ରେକର୍ଡ ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+hotstar ରେକର୍ଡ ଭ୍ୟୁଅରସିପ କରିଛି ।

ପ୍ରଥମେ ଭାରତ ବ୍ୟାଟିଂ କରୁଥିବା ବେଳେ Disney+hotstar ଭ୍ୟୁଅର୍ସ ସଂଖ୍ୟା ୫.୧ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେହିପରି ଏହି ରେକର୍ଡ ଦ୍ୱିତୀୟ ଇନିଂସରେ ଭାଙ୍ଗିଯାଇଥିଲା । ଡିଜନୀ ପ୍ଲସ ହଟଷ୍ଟାରରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା ।

୨୦୧୧ ପରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଆଉ ଫାଇନାଲ ମ୍ୟାଚ ସମୟରେ ଡିଜନୀ ପ୍ଲସ ହଟଷ୍ଟାର ରେକର୍ଡ ମଧ୍ୟ ଭାଙ୍ଗିବ । ଡିଜନୀ ପ୍ଲସ ହଟଷ୍ଟାରରେ ବିଶ୍ୱକପ ମ୍ୟାଚର ମାଗଣା ପ୍ରସାରଣ ହେଉଛି । ଯାହା ଫଳରେ ଏଭଳି ରେକର୍ଡ ସୃଷ୍ଟି ହୋଇଛି ।

ମାଗଣା ବ୍ରଡକାଷ୍ଟର ମଜା ସମସ୍ତ ପ୍ଲାଟଫର୍ମରେ ମିଳୁନାହିଁ । କମ୍ପାନୀ ଏହା ଫାଇନା କେବଳ ମୋବାଇଲ ଆପରେ ମିଳୁଛି । Disney+Hotstar Mobile ଆପ୍‌ରେ ଆଇସିସି ବିଶ୍ୱକପ ୨୦୨୩ ମ୍ୟାଚକୁ ଫ୍ରିରେ ଦେଖିପାରିବେ । ଏହା ପୂର୍ବରୁ ଏହି ପ୍ଲାଟଫର୍ମରେ ଭ୍ୟୁଅର୍ସସିପ ସଂଖ୍ୟା ୪.୩ କୋଟି ରହିଥିଲା । ହେଲେ ସେମିଫାଇନାଲରେ ଏହି ରେକର୍ଡ ମଧ୍ୟ ଭାଙ୍ଗିଯାଇଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କୌଣସି ଓଟିଟି ପ୍ଲାଟଫର୍ମରେ ସବୁଠୁ ଅଧିକ ଭ୍ୟୁଅର୍ସ ସଂଖ୍ୟା ଆଇପିଏଲ ସମୟରେ ରହିଥିଲେ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ସମୟରେ ୩.୨ କୋଟି ଭୁଅର୍ସ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.