ଶ୍ରଦ୍ଧାରେ କାନ ଧରି ମୁଣ୍ଡକୁ ମଣ୍ଡ ବାଡ଼େଇଲେ, କପାଳରେ ଲଗାଇଲେ ମୁଦ୍ରା…ପିଲାଙ୍କ ସହ ଏମିତି ମସ୍ତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପିଲାମାନଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ମଜା ମସ୍ତି କରୁଥିବାର ନଜର ଆସନ୍ତି ପିଏମ୍‌ ମୋଦି। ଗତକାଲି ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି।

ପିଲାମାନଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ମଜା ମସ୍ତି କରୁଥିବାର ନଜର ଆସନ୍ତି ପିଏମ୍‌ ମୋଦି। ଗତକାଲି ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ପିଏମ୍‌ ମୋଦିଙ୍କ ବାସଭବନର। ଏଠାରେ ଦୁଇ ପିଲାଙ୍କ ସହ ସେ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଉଛି, ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ପିଲାଙ୍କ ମୁଣ୍ଡକୁ ଧରି ପରସ୍ପର ସହିତ ବାଡ଼ାଉଛନ୍ତି। ଏହି ସମୟରେ ସେ ଉଭୟ ପିଲାଙ୍କ କାନ ମଧ୍ୟ ଧରିଛନ୍ତି। ଏହାପରେ ସେ ନିଜ କପାଳରେ ଏକ ମୁଦ୍ରା ଲଗାଉଛନ୍ତି ଏବଂ ଏହି କାର୍ଯ୍ୟ ସେ ପିଲାମାନଙ୍କ ଉପରେ ମଧ୍ୟ ପ୍ରୟୋଗ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଏହାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହିତ କ୍ୟାପସନ ଲେଖିଛନ୍ତି, ‘ପିଲାମାନଙ୍କ ସହିତ ବିତାଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ’।

କହି ରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏ ପର୍ଯ୍ୟନ୍ତ ସେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଅନେକ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏବେ ସେ ରାଜସ୍ଥାନରେ ହେବାକୁ ଥିବା ସମାବେଶକୁ ସମ୍ବୋଧିତ କରିବେ।

 

View this post on Instagram

 

A post shared by Narendra Modi (@narendramodi)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.