କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରିରେ ଲାଗିପଡନ୍ତି ମାଳି ପରିବାର, ହେଲେ ପରିଶ୍ରମ ଅନୁଯାୟୀ ମିଳୁନି ଲାଭ

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରି କରିବାରେ ଲାଗିପଡିଛନ୍ତି ମାଳି ପରିବାର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲ୍ଲୀସାହି ପଂଚାୟତ ସୁକ୍ଳେଶ୍ୱର ଗ୍ରାମ। ଏହି ଗ୍ରାମର ୧୨ ଘର ମାଳି ପରିବାର ରହିଛନ୍ତି ।

ମାହାଙ୍ଗା(କେନ୍ୟୁଜ୍): ଧର୍ମ ର ମାସ କାର୍ତ୍ତିକ । କାର୍ତ୍ତିକ ପୂର୍ଣ୍ଣମୀ ଭୋର ଭୋରୁ ଓଡ଼ିଆ ମାନେ ପରମ୍ପରା ଅନୁଯାୟୀ ଡଙ୍ଗା ଭସାଇ ଆସୁଛନ୍ତି । ସାଧବ ପୁଅ ମାନେ ସୁଦୂର ଦରିଆ ପାର ହୋଇ ଜାଭା ସୁମାତ୍ରାକୁ ବଣିଜ ନିମନ୍ତେ ବାହାର ଦେଶକୁ ଯାଉଥିଲେ । ସାଧବ ବୋହୁ ମାନେ ଠିକ ଏହିଦିନରେ ତାଙ୍କୁ ବନ୍ଦାପନା କରି ବିଦାୟ ଦେଉଥିଲେ । ଏହି ସଂସ୍କୃତି ଓ ପରମ୍ପରାକୁ ବଯାଏ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରତ୍ୟେକ ଓଡିଆ ମାନେ ନଦୀ ନାଳ ଓ ପୋଖରୀରେ ଡଙ୍ଗା ଭସାଇଥାନ୍ତି । ସେହି କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରି କରିବାରେ ଲାଗିପଡିଛନ୍ତି ମାଳି ପରିବାର ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲ୍ଲୀସାହି ପଂଚାୟତ ସୁକ୍ଳେଶ୍ୱର ଗ୍ରାମ। ଏହି ଗ୍ରାମର ୧୨ ଘର ମାଳି ପରିବାର ରହିଛନ୍ତି । ଏମାନେ ପୂର୍ବ ପୁରୁଷରୁ ତାଙ୍କର କୌଳିକ ବୃତ୍ତି ଠାକୁରଙ୍କ ଫୁଲ ହାର, ବାହାଘର ମୁକୁଟ ଆଦି ସୋଲରେ ତିଆରି ବିଭିନ୍ନ ଉପକରଣ ତିଆରି କରିଥାନ୍ତି ସପରିବାର। ବିଶେଷ କରି ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଘରେ ଘରେ ଡଙ୍ଗା ତିଆରି କରିବାରେ ବ୍ୟସ୍ତ ରୁହନ୍ତି।

boat

ପୂର୍ବରୁ ଏମାନେ ବିଲର ପାଟ ମଝିରୁ ସୋଲ ଆଣି ସେଥିରୁ ଡଙ୍ଗା ପ୍ରସ୍ତୁତି କରିଥାନ୍ତି ମାତ୍ର ଏବେ ଆଉ ଆଗଭଳି ସୋଲ ନମିଳିବାରୁ କର୍କ ରେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଡଙ୍ଗା ତିଆରି କରୁଛନ୍ତି । ୫ ଟଙ୍କା ଠାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଡଙ୍ଗାର ମୂଲ୍ୟରେ ବିକ୍ରୀ କରିଥାନ୍ତି । ଡଙ୍ଗା ତିଆରି ପାଇଁ ସୋଲ, ଅଠା, ରଙ୍ଗୀନ କାଗଜ, ପିଞ୍ଚ ଆଦି ଆବଶ୍ୟକ ପଡେ। ଏଠାରେ ପ୍ରତ୍ୟକ ଘରର ପରିବାର ପ୍ରତିବର୍ଷ ଡଙ୍ଗା ତିଆରି କରି ୨/୩ ହଜାର ଟଙ୍କା ବିକ୍ରି କରୁଥାନ୍ତି।

ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ପାଇଁ ଡଙ୍ଗା କାରିଗରଙ୍କ ବୋଝ ଉପରେ ନଳିତା ବିଡା ପରି ହୋଇଛି । ବିକ୍ରି ହେବ କି ନାହିଁ ସେଥିପାଇଁ ଦ୍ଵନ୍ଦରେ ରହିଛନ୍ତି ମାଳି ପରିବାର । ଯେତିକି ପରିଶ୍ରମ କରାଯାଇ ଡଙ୍ଗା ତିଆରି କରାଯାଉଛି ସେତିକି ମୂଲ୍ୟ ପାଉନଥିବା କହିଛନ୍ତି ମାଳି କାରିଗର ମାନେ।

ପରିବାର ସମସ୍ତ ସଦସ୍ୟ ମାନେ ଡଙ୍ଗା ତିଆରିରେ ବ୍ୟସ୍ତ ଥାନ୍ତି। ମାତ୍ର ବ୍ୟବସାୟୀ ମାନଙ୍କ ଦେଖା ନାହିଁ । ଏପଟେ ବର୍ଷା ପାଇଁ ଡଙ୍ଗା ତିଆରି ହୋଇ ପାରିନାହିଁ ଠିକ ଭାବେ । ତେବେ ସରକାର ଯଦି ଏହି ମାଳି ପରିବାରଙ୍କୁ ସହାୟତା ଯୋଗାଇ ଦିଅନ୍ତେ ତେବେ ଏମାନେ ଉପକୃତ ହୋଇପାିନ୍ତେ ବୋଲି ଏମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.