ଆଜି ହିଁ ଘରେ ବନାନ୍ତୁ ମିଠା ଗୁଲୁଗୁଲା, ଜାଣନ୍ତୁ ରେସିପି

ଅଧିକାଂଶ ଲୋକ ଜଳଖିଆରେ ମିଠା ଗୁଲୁଗୁଲା ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଏହାକୁ ଘରେ ତିଆରି କରିବା ପ୍ରଣାଳୀ ପ୍ରାୟ ଲୋକ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ମିଠା ଗୁଲଗୁଲାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଅଧିକାଂଶ ଲୋକ ଜଳଖିଆରେ ମିଠା ଗୁଲୁଗୁଲା ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଏହାକୁ ଘରେ ତିଆରି କରିବା ପ୍ରଣାଳୀ ପ୍ରାୟ ଲୋକ ଜାଣି ନଥାନ୍ତି । ଏହା ଖାଇବାକୁ ମଧ୍ୟ ଖୁବ ସ୍ୱାଦିଷ୍ଟ ଲାଗିଥାଏ । ଏହା ସହ ପ୍ରସ୍ତୁତି ବି ବହୁତ ସହଜ । ତେବେ ଆସନ୍ତୁ ଜାଣିବା ମିଠା ଗୁଲଗୁଲାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:

୨ କପ୍ ଅଟା, ୧ କପ୍ ଗୁଡ଼, ଏକ ଚାମଚ ପାନ ମଧୁରୀ, ୩ ଚାମଚ ଘିଅ, ସ୍ୱାଦାନୁସାରେ ଲୁଣ, ୧/୨ ଚାମଚ ବେକିଂ ସୋଡ଼ା, ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ମିଠା ଗୁଲୁଗୁଲା ତିଆରି କରିବା ପାଇଁ ପ୍ରଥମେ ଗରମ ପାଣିରେ ଗୁଡ଼କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଅଟା, ଘିଅ, ଲୁଣ ଏବଂ ବେକିଂ ପାଉଡ଼ରକୁ ଭଲରେ ମିଶାନ୍ତୁ । ଏହି ପ୍ରସ୍ତୁତ ମିଶ୍ରଣରେ ଗୁଡ଼ ପାଣିକୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଏହି ପେଷ୍ଟ ପତଳା ହେବ ନାହିଁ । ଏହାପରେ ସେଥ‌ିରେ ପାନମଧୁରୀ ମିଶାଇ ୨୦ ମିନିଟ୍ ରଖ୍ ଦିଅନ୍ତୁ । ଏବେ କଡ଼େଇରେ ତେଲକୁ ଗରମ କରି ସେଥିରେ ଏକ ବଡ଼ ଚାମଚ ପେଷ୍ଟ ପକାନ୍ତୁ । ଏବେ ଗୁଲୁଗୁଲାକୁ ସୁନେଲି ରଙ୍ଗ ହେବା ଯାଏଁ ମଧ୍ୟମ ଆଞ୍ଚରେ ଛାଣନ୍ତୁ । ଗୁଲୁଗୁଲାର ଦୁଇ ପାଖ ଭଲ ଭାବେ ସୁନେଲି ରଙ୍ଗର ହୋଇଗଲେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ । ଏହିପରି ଭାବେ ସମସ୍ତ ମିଶ୍ରଣକୁ ପକାଇ ଗୁଲୁଗୁଲା ପ୍ରସ୍ତୁତ କରନ୍ତୁ । ଏହାକୁ ଗରମ ଗରମ ଖାଇ ଏହାର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.