ସେତେବେଳେ ସୁଇସାଇଡ୍‌ କରିବାକୁ ମନସ୍ଥ କରିଥିବା ମହମ୍ମଦ ସାମି ଆଜି ଦେଶର ହିରୋ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ସମସ୍ତେ କରୁଛନ୍ତି ପ୍ରଶଂସା

ମହମ୍ମଦ ସାମିଙ୍କ ସଫଳତାରେ ସମଗ୍ର ବିଶ୍ୱବାସୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଜଗତ, ଫ୍ୟାନ୍ସ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ବିଶ୍ୱକପ ସେମିଫାଇନାଲରେ କମାଲ୍‌ କରିଥିବା ମହମ୍ମଦ ସାମିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ବେଶ୍‌ ସଂଘର୍ଷପୂର୍ଣ୍ଣ ।

ଦିନିକିଆ ବିଶ୍ୱକପ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଆଉ ଏହି ମ୍ୟାଚର ହିରୋ ସାଜିଛନ୍ତି ମହମ୍ମଦ ସାମି । ଭାରତ ନ୍ୟୁଜିଲାଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ସାମିଙ୍କ ବୋଲିଂରେ ଘାଇଲା ହୋଇ ମାତ୍ର ୩୨୭ ରନରେ ଅଲଆଉଟ ହୋଇଥିଲା କିଓ୍ଵି ଟିମ୍‌ । ଏହି ମ୍ୟାଚରେ ମହମ୍ମଦ ସାମି ୭ଟି ଓ୍ଵିକେଟ ନେଇଥିଲେ । ମହମ୍ମଦ ସାମିଙ୍କ ସଫଳତାରେ ସମଗ୍ର ବିଶ୍ୱବାସୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଜଗତ, ଫ୍ୟାନ୍ସ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।

ତେବେ ସାମିଙ୍କୁ ବିଶ୍ୱକପର ପ୍ଲେଇଂ ଏକାଦଶରେ ପ୍ରଥମ କିଛି ମ୍ୟାଚରେ ସ୍ଥାନ ମିଳିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ସମ୍ଭାବ୍ୟ ଏକାଦଶରେ ସ୍ଥାନ ମିଳିଥିଲା । ଏହି ମ୍ୟାଚରେ ୫ଟି ଓ୍ଵିକେଟ ନେଇଥିଲେ ସାମି । ଏହାପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ଟି ଓ୍ଵିକେଟ, ଶ୍ରୀଲଙ୍କା ବିପକ୍ଷରେ ୫ଟି ଓ୍ଵିକେଟ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ୨ଟି ଓ୍ଵିକେଟ ନେଇଥିଲେ ।

ବିଶ୍ୱକପ ସେମିଫାଇନାଲରେ କମାଲ୍‌ କରିଥିବା ମହମ୍ମଦ ସାମିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ବେଶ୍‌ ସଂଘର୍ଷପୂର୍ଣ୍ଣ । ୨୦୧୦ରେ ମହମ୍ମଦ ସାମି ବଙ୍ଗାଳ ରଣଜୀରେ ଡେବ୍ୟୁ କରିଥିଲେ । ୨୦୧୨ରେ କେକେଆର ଚିୟରଲିଡର ହସିନ ଜହାଁଙ୍କୁ ସାକ୍ଷାତ କରିବା ପରେ ୨୦୧୪ରେ ବିବାହ କରିଥିଲେ । କିନ୍ତୁ ବିବାହର ୪ ବର୍ଷ ପରେ ପତ୍ନୀଙ୍କ ସହିତ ତାଙ୍କ ସଂପକ ଖରାପ ହେବାକୁ ଲାଗିଥିଲା । ପତ୍ନୀ ହସିନ ତାଙ୍କ ନାମରେ ଫିକ୍ସି ସହିତ ଅନେକ ଗୁରୁତର ଅଭିଯୋଗ କରିଥିଲେ । ଯାହାକୁ ନେଇ ଅନେକ ଆଲୋଚନା ସମାଲୋଚନା ହୋଇଥିଲା ।

ହସିନ ଜହାଁ ସାମି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୨୦୧୮ ରେ ଘରୋଇ ହିଂସା ଏବଂ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ।  ଏହାପରେ ସାମିଙ୍କ ଏକ୍ସଟ୍ରା ମାରିଟିଆଲା ଆଫେୟାର୍ସ ରହିଛି ବୋଲି ଆରୋପ ଲାଗିଥିଲେ ପତ୍ନୀ  । ୨୦୧୮ରେ ହସିନ ସାମିଙ୍କ ଠାରୁ ମାସିକ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ପାଇବା ଲାଗି ଦାବି କରିଥିଲେ । ଏଥିରୁ ସେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ବାବଦରେ ୭ ଲକ୍ଷ ଟଙ୍କା ଏବଂ ଦୁଇ ଝିଅଙ୍କର ଭରଣପୋଷଣ ବାବଦରେ ୩ ଲକ୍ଷ ଟଙ୍କା ଟଙ୍କା ଦାବି କରିଥିଲେ । ସେ ସାମି ଏବଂ ତାଙ୍କ ପରିବାର ବିରୋଧରେ ଯାଦବପୁର ଥାନାରେ ମାମଲା ରୁଜୁ କରିଥିଲେ।

ଏହି ସମୟରେ ଡିପ୍ରେସନରେ ରହି ସାମି ଆତ୍ମହତ୍ୟା କରିବାକୁ ମନସ୍ଥ କରିନେଇଥିଲେ । ୨୦୨୦ରେ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମ ଚାଟ୍‌ରେ ଏହା ବିଷୟରେ ସୂଚନା ମିଳିଥିଲା । କିନ୍ତୁ ପରିବାରର ସହଯୋଗ ଯୋଗୁଁ ଏସବୁ ପରିସ୍ଥିତିରୁ ମୁକୁଳି ପାରିଥିଲେ । କରୋନା ଲକଡାଉନ ସମୟରେ ସାମି ନିଜ ଫାର୍ମହାଉସରେ ଅଭ୍ୟାସ କରିଥିଲେ । ଆଉ ଟିମ୍‌କୁ ଫେରିବାକୁ ଚେଷ୍ଟା କରିଥିଲେ ।

ତେବେ ବିଶ୍ୱକପରେ ମହମ୍ମଦ ସାମି ୫୦ ଓ୍ଵିକେଟ ନେଇଥିବା ପ୍ରଥମ ବୋଲର । ଏହାଛଡା ବିଶ୍ୱକପ ନକଆଉଟ ମ୍ୟାଚରେ ୫ରୁ ଅଧିକ ଓ୍ଵିକେଟ ନେଇଥିବା ପ୍ରଥମ ଭାରତୀୟ ବୋଲର । ସେ ବିଶ୍ୱକପରେ ଏପର୍ଯ୍ୟନ୍ତ ୨୩ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.