Below header

ଆସନ୍ତା କାଲି ଖୋଲିବ ରାଜ୍ୟର ସବୁ ସ୍କୁଲ : ପାଣିପାଗ ସ୍ଥିତି ଦେଖି ଏହି ସବୁ ଜିଲ୍ଲାରେ ଜିଲ୍ଲାପାଳ ନେବେ ନିଷ୍ପତ୍ତି

ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ଶେଷ ହୋଇଛି ଖରାଛୁଟି। ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିଥାନ୍ତା, କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

 

କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରିବେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ । ଦରକାର ପଡିଲେ ସକାଳୁଆ ସ୍କୁଲ କରିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ,ନହେଲେ ସ୍କୁଲ ଛୁଟି ଘୋଷଣା କରିବେ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.