Below header

ଗଞ୍ଜାମ: ପୋଡାମାରୀ ଓ ଖୋଲଡି ଗାଁରେ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନଓ୍ଵାଡି କେନ୍ଦ୍ର

ଗଞ୍ଜାମ(କେନ୍ୟୁଜ୍): ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନଓ୍ଵାଡି କେନ୍ଦ୍ର । କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ପିଲାମାନଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି । ବର୍ଷ ବର୍ଷ ଧରି ପିଲାଙ୍କୁ ଅନ୍ୟ କର୍ମୀଙ୍କ ଘରେ ପାଠ ପଢାଇବାକୁ ପଡୁଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପୋଡାମାରୀ ଓ ଖୋଲଡି ଗାଁର ଅଙ୍ଗନଓ୍ଵାଡି କେନ୍ଦ୍ରର ଅବସ୍ଥା । ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନଓ୍ଵାଡି କେନ୍ଦ୍ର । କେତେବେଳ ଯେ ତାହା ଗଳି ପଡିବ, କହିହେବ ନାହିଁ। ବର୍ଷା, ଖରା ହେଲେ ଛୋଟ ଛୋଟ ପିଲାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ପିଲାମାନଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି । ଅନ୍ୟ ଲୋକଙ୍କ ଘର ବାରଣ୍ଡାରେ ପିଲାଙ୍କୁ ପାଠ ପଢାଇବାକୁ ପଡୁଛି । ସେପଟେ ଖୋଲଡି ଗାଁର ଅଙ୍ଗନଓ୍ଵାଡି କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା । ବର୍ଷ ବର୍ଷ ଧରି ଅନ୍ୟ କେନ୍ଦ୍ରର କର୍ମୀଙ୍କ ଘରେ ଚାଲିଛି ପାଠପଢା । ଏହି ଦୁଇଟି କେନ୍ଦ୍ର ପାଇଁ ଘର ହୋଇ ଯାଇଥିବା ବେଳେ ସେମାନଙ୍କୁ ହସ୍ତାନ୍ତର ହୋଇନି । ୨୪୭ଟି କେନ୍ଦ୍ର ମଧ୍ୟରୁ ୧୪୦ଟିର ନିଜସ୍ୱ ଗୃହ ରହିଛି । ଅନ୍ୟପଟେ ଏହି ସମସ୍ୟା ସିଡିପିଓ ସ୍ୱୀକାର କରିଥିବା ବେଳେ ଚଳିତ ବର୍ଷ ୪୩ଟି କେନ୍ଦ୍ର ପାଇଁ କୋଠା ମଞ୍ଜୁର ହୋଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.