Below header

ଆଜି ତିନି ରଥ ନେବେ ଦକ୍ଷିଣମୋଡ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ(କେନ୍ୟୁଜ୍): ଆଜି ତିନି ରଥ ନେବେ ଦକ୍ଷିଣମୋଡ। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥର ଆଜି ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରରେ ଲଗାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ ନେଇ ଶରଧାବାଲିରେ ବାହୁଡା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁସାରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ। ଏହାପରେ ତାଳଧ୍ୱଜ ଓ ନନ୍ଦିିଘୋଷ ରଥକୁ ଟାଣି ଦକ୍ଷିଣାମୁଖୀ ରଖାଯିବ। ଗତକାଲି ରାତିରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ଅଭିମାନିନୀ ମାଆ ଲକ୍ଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବା ସହ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.