Below header

ଦେଶରେ ପ୍ରଥମ: ମାଟ୍ରିକ ପରୀକ୍ଷାକୁ ଜଗିବ AI କ୍ୟାମେରା

ଆସନ୍ତା କାଲିଠୁ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ କ୍ୟାମେରା । ଆର୍ଟିଫିସିଆଲ ଇଂଟିଲିଜେନ୍ସ ବ୍ୟବହାରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦେଶରେ ପ୍ରଥମ ।

କଟକ (କେନ୍ୟୁଜ): ଆସନ୍ତା କାଲିଠୁ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ କ୍ୟାମେରା । ଆର୍ଟିଫିସିଆଲ ଇଂଟିଲିଜେନ୍ସ ବ୍ୟବହାରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦେଶରେ ପ୍ରଥମ । ମୋଟ ୩୦୪୭ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି କଣ୍ଟ୍ରୋଲ କମାଣ୍ଡ ସେଣ୍ଟର । ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । କଣ୍ଟ୍ରୋଲ କମାଣ୍ଡ ସେଣ୍ଟରରୁ ପୁରା ପରୀକ୍ଷା ନିୟନ୍ତ୍ରଣ ହେବ।

୨୦୪୬ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଏହି ସବୁ କେନ୍ଦ୍ରରେ ପ୍ରଥମ ଥର ଲାଗି ଏଆଇ କ୍ୟାମେରା ଖଞ୍ଜାଯାଇଛି । ବୋର୍ଡ କତ୍ତୃପକ୍ଷଙ୍କ ତତ୍ୱାବଧାନରେ ୨୦ ଜଣ ଅବଜରଭର ଏହାର ଦାୟିତ୍ୱରେ ଅଛନ୍ତି । ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଜଣ ଟେକନିସିଆନ । ତାଙ୍କୁ ସୁପରଭାଇଜ କରିବା ପାଇଁ ୫ ଜଣ ସୁପରଭାଇଜର ଓ ୩ ଜଣ ଅଫିସର ରହିଛନ୍ତି ।

ଆସନ୍ତା କାଲିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ । ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍‌ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍କୁ ପଶିବେ ପରୀକ୍ଷାର୍ଥୀ । ଅର୍ଥାତ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାେ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ । ପୂର୍ବାହ୍ନ ୮ଟା ୧୫ ମିନିଟ୍‌ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।

ଏପଟେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ଆଲୋଚନା ସଫଳ ନ ହେଲେ ପରୀକ୍ଷା ପରିଚାଳନା ଠା ରୁ ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.