Below header

ରେଲଓ୍ୱେ ଟ୍ରାକ୍‌ ୪ ମୃତଦେହ ମିଳିବା ଘଟଣା: ତେନ୍ତୁଳି ଗଛ ପାଇଁ ହତ୍ୟା କରିଥିଲେ ପରିବାର ଲୋକ

ରେଲଓ୍ୱେ ଟ୍ରାକ୍‌ ୪ ମୃତଦେହ ମିଳିବା ଘଟଣା । ରହସ୍ୟ ଉପରୁ ହଟିଲା ପରଦା । ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାର ଓ ଅନ୍ୟ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ । ପୋଲିସ କହିଛି ଯେ ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ହତ୍ୟାକାଣ୍ଡ ଘଟିଛି ।

ବଣାଇ (କେନ୍ୟୁଜ): ରେଲଓ୍ୱେ ଟ୍ରାକ୍‌ ୪ ମୃତଦେହ ମିଳିବା ଘଟଣା । ରହସ୍ୟ ଉପରୁ ହଟିଲା ପରଦା । ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାର ଓ ଅନ୍ୟ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ । ପୋଲିସ କହିଛି ଯେ ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ହତ୍ୟାକାଣ୍ଡ ଘଟିଛି ।

ଖବର ଅନୁଯାୟୀ, ୧୭ ତାରିଖ ଦିନ ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଥିଲା । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିଲା ବେଳେ ଦୁଇ ଶିଶୁଙ୍କ ମୃତଦେହ ବାହାରେ ପକାଯାଇଥିଲା । ପୋଲିସ କହିଛି ଯେ ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ହତ୍ୟାକାଣ୍ଡ ଘଟିଛି । ଗିରଫ ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରେ ମୃତକଙ୍କ ଭାଉଜ, ଦିଅର ଏବଂ କକା ଶଶୁର ଅଛନ୍ତି । ପୋଲିସ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଜେଲକୁ ପଠାଇଛି।

ପୂର୍ବରୁ ଏହାକୁ ଗୁଣିଗାରେଡି ହତ୍ୟା ବୋଲି କୁହାଯାଇଥିଲା । ହତ୍ୟାକାଣ୍ଡ ସମୟରେ ମୃତକଙ୍କ ୧୫ବର୍ଷର ଝିଅ କୌଣସି ପ୍ରକାରେ ଖସିଯିବାରେ ସଫଳ ହୋଇଥିଲା । ତାଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ତଦନ୍ତ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.