DRS ନିୟମ ପରିବର୍ତ୍ତନ ପାଇଁ ଦାବି କଲେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ, ହେଲେ କାହିଁକି
DRS ଅଧିନରେ ନିଆଯାଇଥିବା କିଛି ନିଷ୍ପତ୍ତି ଟିମ୍ ବିପକ୍ଷରେ ଯାଇଥିଲା । ଇଂଲଣ୍ଡ ଦ୍ୱିତୀୟ ପାଳନିରେ ଜ୍ୟାକ କ୍ରଲି ବୁମରାଙ୍କ ବଲରେ LBW ଆଉଟ ହୋଇଥିଲେ । ତେବେ ପଡିଆରେ ଥିବା ଅମ୍ପାୟର ଆଉଟ ଦେବା ପରେ ବ୍ୟାଟର ଡିଆରଏସ ନେଇଥିଲେ ।

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ୪୩୪ ରନରେ ଜିତିନେଇଛି ଭାରତ । ସିରିଜ ୨-୧ରେ ଭାରତ ଆଗୁଆ ରହିଛି । ରାଜକୋଟରେ ଭାରତ ଇଂଲଣ୍ଡକୁ ୫୫୭ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଲକ୍ଷ୍ୟ କରି ଇଂଲଣ୍ଡ କେବଳ ୧୨୨ ରନ୍ କରି ଅଲଆଉଟ ହୋଇଯାଇଥିଲା । ଭାରତୀୟ ଟିମ୍ ୪୩୪ ରନ୍ରେ ବୃହତ ବିଜୟ ହାସଲ କରିଛି । ହେଲେ ଏହି ମ୍ୟାଚରେ ହାରିବା ପରେ ବେନ ଷ୍ଟୋକ୍ସ DRS ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ବେନ ଷ୍ଟୋକ୍ସ କହିଛନ୍ତି, DRS ଅଧିନରେ ନିଆଯାଇଥିବା କିଛି ନିଷ୍ପତ୍ତି ଟିମ୍ ବିପକ୍ଷରେ ଯାଇଥିଲା । ଇଂଲଣ୍ଡ ଦ୍ୱିତୀୟ ପାଳନିରେ ଜ୍ୟାକ କ୍ରଲି ବୁମରାଙ୍କ ବଲରେ LBW ଆଉଟ ହୋଇଥିଲେ । ତେବେ ପଡିଆରେ ଥିବା ଅମ୍ପାୟର ଆଉଟ ଦେବା ପରେ ବ୍ୟାଟର ଡିଆରଏସ ନେଇଥିଲେ । କିନ୍ତୁ ଟିଭି ରିପ୍ଲେରେ ବଲ୍ ଷ୍ଟମ୍ପରେ ବାଜିନଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଥାର୍ଡ ଅମ୍ପାୟର ଫିଲ୍ଡି ଅମ୍ପାୟରଙ୍କ ନିଷ୍ପତ୍ତିକୁ ସ୍ୱୀକାର କରି ଜ୍ୟାକ୍ କ୍ରଲିଙ୍କୁ ଆଉଟ ଦେଇଥିଲେ ।
❎ “The ball didn’t hit the stump on the replay. We should take away umpires call.”
📹 “When the people in charge of it are saying that something’s gone wrong, then that says enough.”
Ben Stokes chats to @cameronponsonby about the DRS decisions in their defeat 🏏 #INDvENG pic.twitter.com/89RWI4LT7Z
— talkSPORT Cricket (@Cricket_TS) February 18, 2024
ସେ ଆହୁରି କହିଛନ୍ତି, DRS କୁ ନେଇ ନିୟମ ପରିବର୍ତ୍ତନ ହେବା ଜରୁରୀ । କ୍ରଲି ଆଉଟ ନଥିବା ସତ୍ତ୍ୱେ ଆଉଟ ହୋଇଥିଲେ । ଆମ ବିପକ୍ଷରେ ଡିଆରଏସ ନିଷ୍ପତ୍ତି ଯାଇଥିଲା । ତେବେ ଏବେ ସମୟ ଆସିଛି, ଆପଣ ଡିଆରଏସକୁ ନେଇ କିଛି ନିଷ୍ପତ୍ତି କରିବାକୁ ହେବ । ତେବେ ବ୍ୟକ୍ତିଗତ ଭାବେ ମୋର ମତ କି, ଅମ୍ପାୟର କଲ୍ ହଟାଇଦେବା ଉଚିତ ।
ସୂଚନାଯୋଗ୍ୟ, ଏହି ନିଷ୍ପତ୍ତି ପରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଏବଂ କୋଚ ମ୍ୟାଚ ରେଫରୀଙ୍କ ପାଖକୁ ଯାଇଥିଲେ । ଭାରତ ଏବେ ୫ଟି ସିରିଜ ବିଶିଷ୍ଟ ମ୍ୟାଚରେ ୨-୧ରେ ଆଗୁଆ ରହିଛି । ଭାରତୀୟ ଟିମ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମ୍ୟାଚ ଜିତିସାରିଛି ।