ବାହାଘରରେ ଆତଙ୍କ ଖେଳାଇଲେ ମହୁମାଛି, ଆଇସିୟୁରେ ଭର୍ତ୍ତି ହେଲେ ଅତିଥି

ହୋଟେଲରେ ଧୂମଧାମରେ ଚାଲିଥିଲା ବାହାଘର । ହସଖୁସିରେ ଫାଟି ପଡୁଥିଲା ବିବାହ ମଣ୍ଡପ । ଏତିକି ବେଳେ ହଠାତ ମାଡି ଆସିଲେ ଶହ ଶହ ମହୁମାଛି । କେହି କିଛି ବୁଝିବା ପୂର୍ବରୁ ଆରମ୍ଭ କରିଦେଲେ ଜୋରଦାର ଆକ୍ରମଣ । ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ ଆରମ୍ଭ ହୋଇଗଲା ଦୌଡାଦୌଡି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି ।

ହୋଟେଲରେ ଧୂମଧାମରେ ଚାଲିଥିଲା ବାହାଘର । ହସଖୁସିରେ ଫାଟି ପଡୁଥିଲା ବିବାହ ମଣ୍ଡପ । ଏତିକି ବେଳେ ହଠାତ ମାଡି ଆସିଲେ ଶହ ଶହ ମହୁମାଛି । କେହି କିଛି ବୁଝିବା ପୂର୍ବରୁ ଆରମ୍ଭ କରିଦେଲେ ଜୋରଦାର ଆକ୍ରମଣ । ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ ଆରମ୍ଭ ହୋଇଗଲା ଦୌଡାଦୌଡି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି । ବାହାଘର ହେଉଥିବା ହୋଟେଲ ଛାତରେ ଏକ ମହୁମାଛି ବସା ଥିଲା ଯାହା କୌଣସି କାରଣ ବଶତଃ ବାହାଘର ସମୟରେ ଭାଙ୍ଗିଯାଇଥିଲା ।

ଏହାପରେ ମହୁମାଛିଗୁଡିକ ଅଚାନକ ଉଡିଆସି ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ମହୁମାଛି ଆକ୍ରମଣରେ ୧୨ ଜଣ ଅତିଥି ଆହତ ହୋଇଛନ୍ତି । ହୋଟେଲରେ ମହୁମାଛି ଆକ୍ରମଣ ଖବର ପାଇ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଟିମ୍ ହୋଟେଲରେ ପହଞ୍ଚିଥିଲେ । ଆକ୍ରମଣ ଆହତ ବ୍ୟକ୍ତିମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ କିଛି ଲୋକଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ଅନ୍ୟ କିଛି ଗୁରୁତର ଆହତଙ୍କୁ ଏବେ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଛି ।

ହୋଟେଲ ଛାତ ଉପରେ ଥିବା ମହୁମାଛି ବସା ଭାଙ୍ଗିି ଯିବାରୁ ମହୁମାଛିମାନେ ହଠାତ ଏପରି ଆକ୍ରମଣ କରିଥିବା ଜଣାପଡିଛି । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର କସ୍ତୁରୀ ଗାର୍ଡେନରେ ଏକ ଅଗ୍ରୱାଲ ପରିବାରର ଝିଅର ବିବାହ ଥିଲା । ବିବାହ ଦିନ ବର ଏବଂ କନ୍ୟା ପକ୍ଷର ଲୋକମାନେ ବିବାହ ପାଇଁ ଏହି କସ୍ତୁରୀ ଗାର୍ଡେନରେ ପହଞ୍ଚିଥିଲେ । ଝିଅର ପିତା ପ୍ରମୋଦ ଅଗ୍ରୱାଲ କହିଥିଲେ ଯେ ଗାର୍ଡେନରେ ୨୦-୨୫ ଟି ମହୁମାଛି ବସା ଥିଲା । ସେ ଗାର୍ଡେନର ସଞ୍ଚାଳକଙ୍କୁ ମଧ୍ୟ କହିଥିଲେ ଯେ ଏହି କାରଣରୁ କିଛି ଦୁର୍ଘଟଣା ହୋଇପାରେ, କିନ୍ତୁ ସେ କହିଥିଲେ ଯେ ଆମେ ଏହାକୁ ହଟାଇ ପାରିବୁ ନାହିଁ ତେଣୁ ଆପଣଙ୍କୁ ଏହିଭଳି ହିଁ ବିବାହ କରିବାକୁ ପଡିବ ।

ଏହା ପରେ ବିବାହ ପ୍ରସ୍ତୁତି ମଧ୍ୟରେ ହଠାତ୍ ଅପରାହ୍ନରେ ମହୁମାଛିଗୁଡିକ ତାଣ୍ଡବ ସୃଷ୍ଟି କରିଥିଲେ । ସେ ବଗିଚାରେ ଉପସ୍ଥିତ ଥିବା ଅତିଥିଙ୍କୁ ଆକ୍ରମଣ କରିବା ଆରମ୍ଭ କଲେ । ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକମାନେ ନିଜକୁ ମହୁମାଛିଠାରୁ ବଞ୍ଚାଉଥିବାର ନଜର ଆସିଛନ୍ତି । ଅନ୍ୟପକ୍ଷରେ, ବିବାହକୁ ଆସିଥିବା ଅନ୍ୟ ଲୋକମାନେ ମହୁମାଛିଠାରୁ ନିଜକୁ ରକ୍ଷା କରିବା ପାଇଁ ଭୂମିରେ ଶୋଇଯାଇଥିଲେ । ତେବେ ଏବେ ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.