Below header

ଆମ୍ବ ଗଛ ମୂଳରେ ବସି କ୍ଳାନ୍ତି ଦୂର କରେ ପଥିକ, ବଉଳ ଦେଖି କବି ଲେଖନୀରୁ ଝରି ପଡ଼ୁଛି ପଦେ ପଦେ କବିତା

ଫଗୁଣ ମାସରେ ଆମ୍ବ ବଉଳ, ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଆମ୍ବ ବଉଳ । ସମ୍ପୂର୍ଣ୍ଣ ପରିବେଶକୁ ମହକାଉଛି ବଉଳର ମିଠା ମିଠା ବାସ୍ନା । ଏ ଦୃଶ୍ୟ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ବଉଳ ସୃଷ୍ଟି କରେ ଭାବୁକ ମନରେ ଭାବନା ଓ କବି ଲେଖନୀରୁ ଆପେ ଆପେ ଝରି ପଡେ ପଦେ ପଦେ କବିତା ।

ଘଟଗାଁ (କେନ୍ୟୁଜ):ବସନ୍ତର ଆଗମନରେ ମହକୁଛି ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁ କୁହୁ ସ୍ବର । ବାଟରେ ଯାଉଥିବା ବାଟୋଇ ମଧ୍ୟ ଘଡିଏ ଅଟକି ଯାଉଛି । ବଉଳର ବହଳିଆ ବାସ୍ନା ସହ କବି ଓ ଲେଖଙ୍କ ହୃଦୟରୁ ବାହାରି ଗଳ୍ପ ଓ କବିତା ମଧ୍ୟ ପରିବେଷକୁ ମହକାଉଛି ।

ଫଗୁଣ ମାସରେ ଆମ୍ବ ବଉଳ, ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଆମ୍ବ ବଉଳ । ସମ୍ପୂର୍ଣ୍ଣ ପରିବେଶକୁ ମହକାଉଛି ବଉଳର ମିଠା ମିଠା ବାସ୍ନା । ବଉଳ ସୃଷ୍ଟି କରେ ଭାବୁକ ମନରେ ଭାବନା ଓ କବି ଲେଖନୀରୁ ଆପେ ଆପେ ଝରି ପଡେ ପଦେ ପଦେ କବିତା । ଆମ୍ବ ବଉଳରୁ ବାରି ହୋଇଯାଏ ଆମ୍ବର ସ୍ବାଦ ।

ରାସ୍ତାରେ ଯାଉଥିବା ପଥିକ ନିଜ କ୍ଳାନ୍ତି ଦୂର ପାଇଁ ଯେତେବେଳେ ଆମ୍ବ ଗଛ ମୂଳରେ ବସି ପଡେ ସେତେବେଳେ ବଉଳର ବାସ୍ନା ତା ମନରେ ଆଣିଦିଏ ଅସୁମାରି ତୃପ୍ତି । ଆମ୍ବ ବଉଳ ମଧ୍ୟରୁ ଭାସି ଆସୁଥିବା କୋଇଲିର କୁହୁ କୁହୁ ସ୍ବର ବାଟୋଇର ମନକୁ ଅଧିକ ରୋମାଞ୍ଚିତ କରେ । ପିଲା ଦିନର ଅନେକ ସ୍ମୃତିକୁ ମନେ ପକାଇବା ସହ କ୍ଷଣିକ ପାଇଁ ହେଉ ପଛେ ଜୀବନର ସମସ୍ତ ଦୁଖ କଷ୍ଟକୁ ଭୁଲେଇ ଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.