ଚଣା ଓ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଏବେ ହିଁ ସାମିଲ କରୁନ୍ତୁ ନିଜ ଖାଦ୍ୟରେ

ଗୁଡ ଓ ଚଣା ଖାଇବା ଦ୍ୱାରା ଦାନ୍ତ ଏବଂ ହାଡ ମଧ୍ୟ ମଜବୁତ ହୋଇପାରେ । ତେବେ ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ସେଲେନିୟମ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଗୁଡ ଓ ଚଣା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏହା ବ୍ୟତୀତ ହଜମ ପ୍ରକ୍ରିୟାକୁ ଭଲ କରିବାରେ ମଧ୍ୟ ଏହା ସହାୟକ କରିଥାଏ । ଗୁଡ ଓ ଚଣା ଖାଇବା ଦ୍ୱାରା ଦାନ୍ତ ଏବଂ ହାଡ ମଧ୍ୟ ମଜବୁତ ହୋଇପାରେ । ତେବେ ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ସେଲେନିୟମ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ ଉଭୟ ଗୁଡ ଓ ଚଣା ଭଲ କାମ କରିଥାଏ । ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରି ଲିଭରକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେହିପରି ଚଣାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ B ସମେତ ଅନ୍ୟାନ୍ୟ ପୁଷ୍ଟିକର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ପ୍ରତିଦିନ ଗୁଡ ଓ ଚଣା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଭଲ ହୋଇପାରେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଗୁଡ ଓ ଚଣାର ଉପକାରିତା ବିଷୟରେ ଜଣାଇବୁ ।

ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ : ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଗୁଡ ଓ ଚଣା ଅତ୍ୟନ୍ତ ଲାଭୟଦାକ ବୋଲି ବିବେଚନା କରାଯାଏ । ଉଭୟ ଗୁଡ ଓ ଚଣାରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

ହାଡକୁ ମଜବୁତ କରିଥାଏ : ହାଡକୁ ମଜବୁତ କରିବା ପାଇଁ ପ୍ରତିଦିନ ଗୁଡ ଓ ଚଣା ଖାଆନ୍ତୁ । ଗୁଡ ଓ ଚଣାରେ ଭଲ ପରିମାଣର କ୍ୟାଲସିୟମ ମିଳିଥାଏ, ଯାହା ହାଡକୁ ଦୁର୍ବଳ ହେବାରୁ ରକ୍ଷା କରିବାରେ ଅନେକ ସାହାଯ୍ୟ କରିଥାଏ ।

ମସ୍ତିଷ୍କକୁ ଷ୍ଟ୍ରଙ୍ଗ୍‌ କରିଥାଏ : ଗୁଡ ଓ ଚଣାରେ ଭିଟାମିନ୍ C ଅଧିକ ପରିମାଣରେ ମିଳିଥାଏ, ଯାହା ମସ୍ତିଷ୍କକୁ ଷ୍ଟ୍ରଙ୍ଗ୍‌ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ପିଲାମାନେ ଗୁଡ ଓ ଚଣା ଖାଇବା ଦ୍ୱାରା ସେମାନଙ୍କର ମସ୍ତିଷ୍କ ଷ୍ଟ୍ରଙ୍ଗ୍‌ ହୋଇଥାଏ । ତେବେ ଚଣା ଖାଇବା ସ୍ମୃତିଶକ୍ତି ପାଇଁ ଭଲ ବୋଲି ବିବେଚନା କରାଯାଏ ।

ଓଜନ କମ୍‌ କରିବାରେ ସାହାର୍ଯ୍ୟ କରିଥାଏ : ଯଦି ଆପଣଙ୍କ ଓଜନ ବଢିବାକୁ ଲାଗିଛି, ତେବେ ଆପଣ ଭଜା ଚଣା ଖାଇବା ଉଚିତ୍, ଭଜା ଚଣା ଓଜନ କମ୍‌ କରିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଚଣାରେ ଫାଇବରର ଅନେକ ଗୁଣ ମିଳିଥାଏ ଯାହା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିବାକୁ ଦିଏନାହିଁ ।

କୋଷ୍ଠକାଠିନ୍ୟ ସମସ୍ୟାକୁ ନିୟନ୍ତ୍ରଣ କରେ : କୋଷ୍ଠକାଠିନ୍ୟ ସମସ୍ୟା ବଢିବା ଦ୍ୱାରା ଶରୀରରେ ଅନେକ ଅସୁବିଧା ହୋଇପାରେ । ତେବେ ଗୁଡ଼ ଓ ଚଣା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇପାରେ । ସେଥିପାଇଁ ଆପଣ ନିଜ ପ୍ରତିଦିନ ଡାଏଡ୍‌ରେ ଚଣା ଓ ଗୁଡ ସାମିଲ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.