Below header

ଆଉ ନିସ୍ତାର ନାହିଁ ! ଜବତ ହେବ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି, ସୂଚନା ଦେଲେ ପୁରୀ ଏସପି

କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣିଙ୍କ ଘରେ ପୋଲିସ ଟିମ୍‌ର ରେଡ୍‌ ।। ଏହି ଘଟଣାରେ ପୁରୀ ପୋଲିସ ପ୍ରଶାସନ ୩ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି କରିଛି । ଏଥି ମଧ୍ୟରେ ୯ଟି ପ୍ଲଟ ଓ ୪ଟି ଘର ଆଟାଜ୍‌ ହୋଇଛି ।

ବ୍ରହ୍ମଗିରି (କେନ୍ୟୁଜ): କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣିଙ୍କ ଘରେ ପୋଲିସ ଟିମ୍‌ର ରେଡ୍‌ । ଗତ ୩ ତାରିଖରେ ବିଜୟ ପାଣି ଓ ତା ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତ ୧୫ ତାରିଖରେ ବିଜୟ ପାଣିକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲା । ଆଜି ସକାଳେ ମାଜିଷ୍ଟେଟ ତଥା ବ୍ରହ୍ମଗିରି ତହସିଲଦାରଙ୍କ ଉପସ୍ଥିତିରେ ବିଜୟଙ୍କ ଘର, ହୋଟେଲ ସମେତ ଅନ୍ୟାନ୍ୟ ତିନୋଟି ସ୍ଥାନରେ ଚାଲିଛି ରେଡ । ପୁରୀ ଅତିରିକ୍ତ ଏସପି, ଏସ ଡିପିଓ ବ୍ରହ୍ମଗିରି ଆଇଆଇସିଙ୍କ ସହ ଅନ୍ୟ ତିନୋଟି ଥାନାର ଅଧିକାରୀ ଏଥିରେ ସାମିଲ ଅଛନ୍ତି । ଆୟ ବର୍ହିଭୁତ ସମ୍ପତି ସହ ସମସ୍ତ ଜମିଜମା ଓ ବିଜୟ ପାଣିଙ୍କ ପତ୍ନୀଙ୍କ ସମସ୍ତ ଅଳଙ୍କାରକୁ ଆଜି ପୋଲିସ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

ଏପଟେ ୬୨୪ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ବ୍ରହ୍ମଗିରି ଥାନା ପୋଲିସ ଓ ଏସଆଇଟି । ଏଥିସହ ହାତ ତିଆରି ବୋମା ଜବତ ହୋଇଛି । କନ୍ଧମାଳରୁ ଗଞ୍ଜେଇ ଆଣି ଠୁଳ କରି ରଖିବା ସହ ରଥଯାତ୍ରାରେ ବେପାର କରିବା ପାଇ ଯୋଜନା କରିଥିଲା । ଏହି ଘଟଣାରେ ପୁରୀ ପୋଲିସ ପ୍ରଶାସନ ୩ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି କରିଛି । ଏଥି ମଧ୍ୟରେ ୯ଟି ପ୍ଲଟ ଓ ୪ଟି ଘର ଆଟାଜ୍‌ ହୋଇଛି । କୋଲକୋତା ସ୍ଥିତ SAFEMA ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ପତ୍ତି ବାହ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନ୍‌ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.