ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ, ସାନ ମୃତ୍ୟୁ, ବଡ଼ ଗୁରୁତର

ଖୋର୍ଦ୍ଧାରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ। ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବିପିନ ରାଉତ । ଗୁରୁତରଙ୍କ ନାଁର ବିକ୍ରମ ରାଉତ ।

ଖୋର୍ଦ୍ଧା (କେନ୍ୟୁଜ): ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବିପିନ ରାଉତ । ଗୁରୁତରଙ୍କ ନାଁର ବିକ୍ରମ ରାଉତ ।

ଆଜି ସକାଳେ ବିକ୍ରମ ରାଉତ ଗାଁ ମନ୍ଦିର ପାଖରେ ଛିଡା ହୋଇଥିବାବେଳେ ଦୁଇଜଣ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସାନଭାଇ ବିପିନ ରାଉତଙ୍କୁ ମଧ୍ୟ ଗୋଡାଇ ଗୋଡାଇ ହାଣିଥିଲେ । ଘଟଣାସ୍ଥଳରେ ହିଁ ବିପିନଙ୍କ ମୃତ୍ୟୁ ହୋଇଛି। ବଡ଼ଭାଇ ବିକ୍ରମ ରାଉତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଆକ୍ରମଣକାରୀ ସେହି ଗାଁର ବୋଲି ଜଣାପଡିଛି। ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.